ଦ୍ୱିତୀୟ ପାଳିର ପ୍ରଥମ ଦିନରୁ ହଁ କାମ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ : ବିମଷ୍ଟେକ୍ ନେତାଙ୍କୁ ଭେଟିବା ସହ ସମ୍ପର୍କ ମଜଭୁତ୍ କରିବାକୁ ମୋଦିଙ୍କ ପ୍ରୟାସ

231

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଦେଶର କମାଣ ସମ୍ଭାଳିଛନ୍ତି । ଗତକାଲି ରାଷ୍ଟ୍ରପତି ଭବନର ଫୋରକୋର୍ଟରେ ଅନୁଷ୍ଠିତ ହୋଇଥିବା ଭବ୍ୟ ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ କରିବା ପରେ ପରେ ହିଁ ମୋଦି ଦେଶ ହିତରେ କାମରେ ଲାଗିଯାଇଛନ୍ତି । ଗତକାଲି ରାତି ସମୟରେ କି କିର୍ଜିସ୍ତାନ ରାଷ୍ଟ୍ରପତି ସୋନରବାୟ ଜେନେବକୋବଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଆଜି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ସାକ୍ଷାତ କରିବାର ଯୋଜନା ମଧ୍ୟ ରହିଛି । କିର୍ଜିସ୍ତାନ ସହିତ ଭାରତର ସମ୍ପର୍କ ବହୁତ ପୁରୁଣା । କାରଣ ବର୍ତ୍ତମାନ ସଂଘାଇ କର୍ପୋରେସନ୍ ଅର୍ଗାନାଇଜେସନରେ କିର୍ଜିସ୍ତା ଅଧ୍ୟକ୍ଷ ରହିବା ସହ ଭାରତର ଜଣେ ମୁଖ୍ୟ ସହଯୋଗୀ ଭାବେ ଉଭାହୋଇଛି ।

ବୈଠକରେ କିର୍ଜିସ୍ତାନ ରାଷ୍ଟ୍ରପତି ଜେନେବକୋବ୍ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜୁନରେ ହେବାକୁ ଥିବା ଏସସିଓ ସମିଟରେ କର୍ଜିସ୍ତାନ ଯିବାପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଗୁଆ ନିମନ୍ତ୍ରଣ ମଧ୍ୟ ଦେଇଛନ୍ତି । ୧୩ରୁ ୧୫ ଜୁନ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେବ । ଭାରତ ଓ କିର୍ଜିସ୍ତାର ମଧ୍ୟରେ ଥିବା ସୁମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦି ଉଭୟ ଦେଶ ମଧ୍ୟରେ ସହଯୋଗକୁ ମଜଭୁତ କରିବା ପାଇଁ ଜୋର ଦେଇଥିଲେ । ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଜେନେବକୋବ ଯୋଗଦେଇଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ଗତକାଲି ମୋଦିଙ୍କ ଶପଥ ଗ୍ରହଣ ସମାବେଶରେ ବିମଷ୍ଟେକ୍ ଦେଶର ନେତାଙ୍କୁ ଡକାଯାଇଥିଲା । ଏହି ଦେଶର ନେତାଙ୍କ ସହ ସମ୍ବନ୍ଧ ମହଭୁତ କରିବା ପାଇଁ ପ୍ରୟାସ କରାଯାଇଛି ।

ଏହିକ୍ରମରେ ବାଙ୍ଗଲାଦେଶ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ସହ ଏବେ ମରିସସ୍ ପ୍ରଧାମନ୍ତ୍ରୀଙ୍କୁ ସାକ୍ଷାତ କରଛନ୍ତି । ଏବେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ସାକ୍ଷାତ ଓ ଭୂଟାନର ପ୍ରଧାନମନ୍ତ୍ରୀ ଙ୍କୁ ସାକ୍ଷାତ କରୁଛନ୍ତି । ଏସିଆରେ ଦେଶର ଗୁରୁତ୍ୱ ଜାହିର କରିବା କରିବା ପାଇଁ ସମସ୍ତ ଦେଶ ସହ ଭାରତ ସୁସମ୍ପର୍କ ରଖିବା ପାଇଁ ଅଧିକ ଚେଷ୍ଟାରତ । ଆଉ ମୋଦ ଏଦିଗରେ ପ୍ରଥମ ଦିନର ହଁ କାମ ଆରମ୍ଭ୍ କରିଦେଇଛନ୍ତି ।