ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ଶେଷ : ଆଲୋଚନା ପରେ ମୋଦି କହିଲେ, ତାଲାବନ୍ଦରୁ ଲାଭ ମିଳିଛି । ପ୍ରଭାବ ପକାଇଲା ସାମୁହିକ ପ୍ରୟାସ ।

687

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ ଶେଷ । ଦେଶରେ କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନଫରେନ୍ସି ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ମୁଖ୍ୟତଃ ୩ରୁ ୪ଟି ପ୍ରସଙ୍ଗ ଉପରେ ବିଶେଷ ଭାବରେ ଚର୍ଚ୍ଚା ହୋଇଛି ବୋଲି ସୂଚନା ମିଳିଛି । ତେବେ ବୈଠକ ଶେଷର ମୋଦି କହିଛନ୍ତି , ତାଲାବନ୍ଦ ପାଇଁ ଦେଶକୁ ଲାଭ ମିଳିଛି । ପ୍ରଭାବଶୀଳ ରହିଛି ସାମୁହିକ ପ୍ରୟାସ ।

ବୈଠକରେ ଓଡିଶା ସମେତ ମେଘାଳୟ, ମିଜେରାମ, ପୁଡୁଚେରୀ, ଉତରାଖଣ୍ଡ, ହିମାଚଳ ପ୍ରଦେଶ, ବିହାର, ଗୁୃଜରାଟ ଓ ହରିୟାଣାର ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଆଲୋଚନା କରିଛନ୍ତି । ଏକାଧିକ ମୁଖ୍ୟମନ୍ତ୍ରୀ ଲକ୍ଡାଉନ୍କୁ ବଢ଼ାଇବାକୁ ପ୍ରସ୍ତାବ ପୂର୍ବରୁ ଦେଇସାରିଛନ୍ତି । ତେବେ ଆଜି ଏଦିଗରେ କ’ଣ ନିଷ୍ପତି ହେଉଛି ତା ଏଯାଏଁ ଜଣାପଡ଼ିନାହିଁ । ତାଲାବନ୍ଦ ଅବଧି ବଢ଼ିବ, ନା ମେ ୩ରେ ଶେଷହେବ ତା’ଉପରେ ସମସ୍ତଙ୍କ କଡ଼ା ନଜର ।