ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶ ପାଇଁ ମେଡାଲ ଜିତିଥିବା ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ! ସ୍ୱଚ୍ଛଭାରତ ଅଭିଯାନ ପାଇଁ ଗ୍ରୀଷ୍ମକାଳୀନ କର୍ମଶାଳା ଆୟୋଜନର ଘୋଷଣା

33

କନକ ବ୍ୟୁରୋ : ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କ ସାମ୍ନାରେ ପୁଣିଥରେ ନିଜ ମନକଥା ରଖିଲେ ପ୍ରଧାନମନ୍ତ୍ରୀ ମୋଦି । ମନ କି ବାତର ୪୩ତମ ସଂସ୍କରଣରେ ମୋଦି କହିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ସରକାର ଗ୍ରୀଷ୍ମକାଳୀନ କର୍ମଶାଳା ଆୟୋଜନ କରିବେ । ଏହି ପ୍ରୋଗ୍ରାମର ନାମ ହେଲା ସ୍ୱଚ୍ଚ ଭାରତ ଇଂଟର୍ଣ୍ଣସିପ୍ । ଯେଉଁଠି ଛାତ୍ରଛାତ୍ରୀଙ୍କୁ ଉତ୍ତମ ସୁଯୋଗ ମିଳିବ । ଯେଉଁମାନେ ଉତ୍ତମ କାମ କରିବେ ତାଙ୍କୁ ପୁରସ୍କାର ମଧ୍ୟ ମିଳିବ । ଏହା ବ୍ୟତୀତ ଭାଗନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ମଧ୍ୟ ମିଳିବ । ଏହି କର୍ମଶାଳାରେ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ତାଲିମ୍ ଦିଆଯିବ । କାର୍ଯ୍ୟକ୍ରମରେ ମୋଦି ବିଭିନ୍ନ ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ରଖିଥିଲେ ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳତା ପାଇଁ ସେ ଖେଳାଳିଙ୍କୁ ଧନ୍ୟବାଦ ଦେଇଥିଲେ । ପବିତ୍ର ରମଜାନ ମାସ ଆରମ୍ଭ ହେଉଥିବାରୁ ସେ ପ୍ରଫେଟ୍ ମହମ୍ମଦଙ୍କ ସଦଭାବନା ବୃଦ୍ଧି ବାର୍ତା କାର୍ଯ୍ୟକ୍ରମରେ ଉଲ୍ଲେଖ କରିଥିଲେ । ଏହା ବ୍ୟତୀତ ମୋଦି ଜନସାଧାରଣଙ୍କୁ ଜଳ ସଂରକ୍ଷଣ କରିବା ପାଇଁ ଆହ୍ନାନ ମଧ୍ୟ ଦେଇଛନ୍ତି । ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କ ପ୍ରଶ୍ନ ଓ ପରାମର୍ଶ ଉପରେ ମତାମତ ରଖୁଛନ୍ତି ପ୍ରଧାନମନ୍ତ୍ରୀ । ଯାହାକୁ ଦୂରଦର୍ଶନ ଓ ରେଡିଓରେ ସିଧାପ୍ରସାରଣ କରାଯାଇଛି । ଏଥିପାଇଁ ନମୋ ଆପ୍ ଓ ମାଇଁ ଗଭ୍ ଡଟ୍ ଇନ୍ ଜରିଆରେ ମତାମତ ଆହ୍ୱାନ କରାଯାଇଥାଏ ।