କନକ ବ୍ୟୁରୋ : ମୋଦିଙ୍କ ମହାଦେବ ଆରାଧନା । ଆଜି ଦିନିକିଆ ବାରଣାସୀ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ କାଶୀ ବିଶ୍ୱନାଥ ମନ୍ଦିର ଯାଅ ଶିବ ପୂଜା କରିଛନ୍ତି । ବେଶ୍ କିଛି ସମୟ ଧରି ଶିବ ମନ୍ଦିରର ଗର୍ଭଗୃହରେ ରହି ଶିବପୂଜା କରିଛନ୍ତି ମୋଦି । ଏହା ସହ ସେ ବିଭିନ୍ନ ଯୋଜନାର ଘୋଷଣା କରିବା ସହ କେତେକ ପ୍ରକଳ୍ପର ଭୂମିପୂଜା ମଧ୍ୟ କରିଛନ୍ତି । ଏହି ପକଳ୍ପ ପୁରା ହେବା ପରେ ଗଙ୍ଗା କୂଳେ କୂଳେ ୫୦ ଫୁଟ ସଡ଼କରେ ବାବା ବିଶ୍ୱନାଥ ମନ୍ଦିର ଯାଇପାରିବେ । ଏହାବ୍ୟତୀତ ଭଲ ଷ୍ଟ୍ରିଟ୍ ଲାଇଟ, ସଫାସୁତୁରା ସଡ଼କ ଓ ପାଣିର ବ୍ୟବସ୍ଥା କରାଯିବ ।
ଆଜି ମୋଦି ବାରଣାସୀ ସମେତ କାନପୁର, ଗାଜିଆବାଦ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ବାରଣାସୀରେ ଉଦ୍ବୋଧନ ଦେବା ଅବସରରେ ସେ ମୂଳରୁ ଶିବଙ୍କ ସହ ସେ ସବୁ ବେଳେ ଯୋଡା ବୋଲି କହିଛନ୍ତି । ଏହି ଅଂଚଳର ବିକାଶ କଥା ସେ ବହୁ ଆଗରୁ ଚିନ୍ତା କରୁଥିବା କଥା କହିଛନ୍ତି ମୋଦି ।