ମିଶନ୍ ୟୁପିରେ ମୋଦି ! ନିର୍ବାଚନ ପୂର୍ବରୁ ବାରାଣାସୀ-ଗାଜିଆବାଦ-କାନପୁରକୁ ଦେବେ ଉପହାର

79

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ବାରାଣାସୀ, କାନପୁର ଓ ଗାଜିଆବାଦ ଗସ୍ତରେ ପହଞ୍ଚିଛନ୍ତି । ଏଠାରେ ବିଭିନ୍ନ ପରିଯୋଜନାର ଶିଳାନ୍ୟାସ ଓ ଉଦଘାଟନ କରିବେ ମୋଦି । ଆଜି ଦିନିକିଆ ବାରଣାସୀ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ତ୍ତମାନ କାଶୀ ବିଶ୍ୱନାଥ ମନ୍ଦିରେ ପହଞ୍ଚିଛନ୍ତି ମୋଦି । ଏହି ଅବସରରେ ସେ କାଶିବିଶ୍ୱନାଥ ମନ୍ଦିର ଯାଅ ଶିବ ପୂଜା କରିଛନ୍ତି । ବେଶ୍ କିଛି ସମୟ ଧରି ଶିବ ମନ୍ଦିରର ଗର୍ଭଗୃହରେ ରହି ଶିବପୂଜା କରିଛନ୍ତି ମୋଦି । ଏହା ସହ ସେ ବିଭିନ୍ନ ଯୋଜନାର ଘୋଷଣା କରିବା ସହ କେତେକ ପ୍ରକଳ୍ପର ଭୂମିପୂଜା ମଧ୍ୟ କରିଛନ୍ତି । ବାରଣାସୀରେ ଉଦ୍ବୋଧନ ଦେବା ଅବସରରେ ସେ ମୂଳରୁ ଶିବଙ୍କ ସହ ସେ ସବୁ ବେଳେ ଯୋଡା ବୋଲି କହିଛନ୍ତି । ଏହି ଅଂଚଳର ବିକାଶ କଥା ସେ ବହୁ ଆଗରୁ ଚିନ୍ତା କରୁଥିବା କଥା କହିଛନ୍ତି ମୋଦି । କାଶୀ ଠାରୁ ମିଶନ ଉତ୍ତର ପ୍ରଦେଶର ଆରମ୍ଭ କରିବେ ମୋଦି ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗାଜିଆବାଦ ଗସ୍ତ କରି ଆଜି ହିଣ୍ଡନ ସିଭିଲ ବିମାନବନ୍ଦର ଉଦ୍ଘାଟନ କରିବେ । ଏହା ବ୍ୟତୀତ ବୈଶାଳୀ-ମୋହନନଗର ନ୍ୟୁ ବସଷ୍ଟାଣ୍ଡ, ଗାଜିଆବାଦ ମେଟ୍ରୋକୁ ଉଦଘାଟନ କରିବେ । ଉଦଘାଟନ ପରେ ହିଣ୍ଡନ ବିମାନବନ୍ଦରରୁ ଦେଶର ଭିନ୍ନ ଭିନ୍ନ ସହରକୁ ସିଧାସଳଖ ବିମାନ ଯୋଗାଯୋଗ କରିପାରିବ । ମୋଦିଙ୍କ ଗସ୍ତ ନେଇ ଏବେ ପ୍ରସ୍ତତି ଜୋରଦାର କରି ଦିଆଯାଇଛି ।

ଲୋକସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ଯୋଜନାର ଉଦଘାଟନ ଓ ପରିଯୋଜନା ଉଦଘାଟନ କରିବେ । ମୋଦି ଆଜି ବାରଣାସୀ, କାନପୁର, ଗାଜିଆବାଦକୁ ଅନେକ ଉପହାର ଦେବେ । ଏଥିପାଇଁ ବଡ଼ ଧରରଣ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମେତ ବିଜେପିର ଅନ୍ୟ ନେତା ମଧ୍ୟ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମରେ ପ୍ରାୟ ୨ ଲକ୍ଷ ଲୋକ ଏକତ୍ର ହେବାର ଆଶା କରାଯାଉଛି ।