କନକ ବ୍ୟୁରୋ : ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି , ଆଉ ଅନ୍ୟପଟେ ତାଙ୍କ ଜୀବନ ପ୍ରତି ବିପଦ ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ସୁରକ୍ଷିତ ନାହାନ୍ତି ଦେଶର ପ୍ରଧାନମନ୍ତ୍ରୀ । ୫୦୦ ଟଙ୍କିଆ ନୋଟରେ ମୋଦିଙ୍କୁ ହତ୍ୟା ନେଇ ଧମକ ଦିଆଯାଇଛି । ନୋଟରେ ମାଲାୟଲାମ ଭାଷାରେ କିଛି ଲେଖାହୋଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଦେଖି ସୁରକ୍ଷା ଏଜେନ୍ସି ଗୁଡ଼ିକ ଆକ୍ସନରେ ଆସିଯାଇଛନ୍ତି ।

Advertisment

ମିଡ଼ିଆ ରିପୋର୍ଟ ଅନୁସାରେ କେରଳର ତ୍ରିଶୁରର ଗୁରୁବାୟୁର ମନ୍ଦିରର କାର୍ଯ୍ୟାଳୟକୁ ଏକ ସନ୍ଦିଗ୍ଧ ଚିଠି ଆସିଥିଲା । ଲଫାପା ଭିତରେ ଥିଲା ଗୋଟିଏ ୫୦୦ ଟଙ୍କିଆ ନୋଟ୍ । ନୋଟରେ ମାଲାୟଲାମ ଭାଷାରେ ମୋଦିଙ୍କୁ ଜୀବନରେ ମାରିଦିଆଯିବ ବୋଲି ସନ୍ଦେଶ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ଗଳାକାଟି ହତ୍ୟା କରାଯିବା ବୋଲି ସ୍ପଷ୍ଟ ଭାବରେ ନୋଟରେ ଲେଖାହୋଇଛି । ସୂଚନାଯୋଗ୍ୟ ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଉକ୍ତ ମନ୍ଦିର ଦର୍ଶନରେ ଯାଇଥିଲେ ମୋଦି ।

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ମିଳିବା ପରେ ସୁରକ୍ଷାବ୍ୟସ୍ଥା କଡ଼ାକଡ଼ି କରିଦିଆଯାରଇଛି । କିଏ ଚିଠି ପଠାଇଛି ତାହାର ଛାନଭିନ୍ ଆରମ୍ଭ ହୋଇଯାଇଛି । କେଉଁ ଉଦ୍ଦେଶ୍ୟ ତଥା କେଉଁଠାରୁ ଚିଠି ଆସିଛି ଖୋଳତାଡ଼ ଚାଲିଛି । ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର ମୋଦିଙ୍କୁ ହତ୍ୟା ଧମକ ମିଳିଛି । ଲୋକସଭା ନିର୍ବାଚନା ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏପରି ଧମକ ମିଳିଥିଲା ।