ବିଜେପି ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ : କରୋନା ବିରୋଧୀ ଲଢ଼େଇ ପାଇଁ ପିଏମ ରିଲିଫ୍ ଫଣ୍ଡକୁ ଦାନ କରିବାକୁ କଲେ ଅପିଲ୍, ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ଼୍ କରିବାକୁ ପରାମର୍ଶ

270

କନକ ବ୍ୟୁରୋ : ବିଜେପିର ପ୍ରତିଷ୍ଠା ଦିବସରେ ମୋଦିଙ୍କ ଆହ୍ୱାନ । କରୋନା ବିରୋଧରେ ଲଢ଼େଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଆଜି ପୁରା ମାନବଜାତି ଉପରେ କରୋନା ସଙ୍କଟ ଘନେଇ ପଡ଼ିଛି । ସାରା ବିଶ୍ୱରେ କାୟା ମେଲାଇଛି କରୋନା । କରୋନା ବିରୋଧରେ ଲମ୍ବା ଲଢେଇ କରିବାକୁ ପଡିବ । ସମର୍ପଣ ଓ ପ୍ରତିବଦ୍ଧତା ସହ ଆମକୁ ଆଗେଇବାକୁ ପଡ଼ିବ । ଏଥିପାଇଁ ନା ଥକିବା, ନା ହାରିବା, କେବଳ ଜିତିବାର ସଙ୍କଳ୍ପ କରିବା । ଏହି ଯୁଦ୍ଧରେ ଆମକୁ ଜିତିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବିଜେପିର ୪୦ତମ ସ୍ଥାପନା ଦିବସରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ମୋଦି କରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ ନିଜର ଯୋଗଦାନ ଦେବାକୁ ଅପିଲ କରିଛନ୍ତି । କରୋନା ଭାଇରସର ପ୍ରକୋପ ସାରା ବିଶ୍ୱରେ । ଏହି ଭାଇରସ ବିଷୟରେ ସମସ୍ତେ ଅଜ୍ଞ । ଭାରତ, କରୋନା ବିରୋଧରେ ଲଢ଼େଇ ଜାରି ରହିଛି । ଭାରତର ଉଦ୍ୟମକୁ ଡବ୍ଲୁ ଏଚଓ ବି ପ୍ରଶଂସା କରିଛନ୍ତି । ଘରୁ ବାହାରିଲେ ମାସ୍କ ପିନ୍ଧିବା ସହ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେପଟେ ଲୋକଙ୍କ ପାଖକୁ ଯିବାକୁ ବି ସେ କର୍ମକର୍ତ୍ତାଙ୍କୁ ଅପିଲ କରିଛନ୍ତି । ଗତକାଲି ଆଲୋକର ପ୍ରକାଶରେ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ଆହୁରି ମଜଭୁତ ହୋଇଛି । ଭାରତ ଏକ ବିକାଶଶୀଳ ଦେଶ , ଦାରିଦ୍ର୍ୟ ବିରୋଧରେ ଲଢ଼େଇ ଜାରି ରହିଛି । କିନ୍ତୁ ଏପରି ସଙ୍କଟ ସମୟରେ ଅନ୍ତରାଷ୍ଟ୍ରିୟ ସ୍ତରରେ ଯାଇ ଭାରତ ଭାଇରସ ମୁକାବିଲା କରିବା ପାଇଁ ପ୍ରୟାସ ଜାରି ରଖିଛି ।