୬୯ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ବୁଲିଲେ ସର୍ଦ୍ଦାର ସରୋବର ଡ୍ୟାମ, କଲେ ନର୍ମଦା ପୂଜାର୍ଚ୍ଚନା

171

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଅଣସ୍ତରୀତମ ଜନ୍ମ ଦିନ । ଜନ୍ମଦିନ ପାଳନ କରିବାକୁ ସେ ନିଜ ଗୃହ ରାଜ୍ୟ ଗୁଜୁରାଟ ଯାଇଛନ୍ତି । ଆଜି ଜନ୍ମଦିନ ପାଳନ ପୂର୍ବରୁ ମାଙ୍କ ଠାରୁ ଆଶିର୍ବାଦ ନେବେ ନରେନ୍ଦ୍ର ମୋଦି । ମୋଦିଙ୍କ ଜନ୍ମଦିନ ଅବସରରେ ଗୁଜରାଟରେ ନର୍ମଦା ମହୋତ୍ସବ ପାଳନ କରାଯାଉଛି । ମୋଦି ନର୍ମଦା ସର୍ଦ୍ଦାର ସରୋବର ଡ୍ୟାମ ପରିଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ । ନିର୍ମଦା ଡ୍ୟାମରେ ଜଙ୍ଗଲ ସଫାରୀରେ ବୁଲିଛନ୍ତି ମୋଦି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ।

ଗତକାଲି ଅହମ୍ମଦାବାଦ ପହଂଚିବା ପରେ ତାଙ୍କୁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପି ନେତା ଓ କର୍ମୀ ଜୋରଦାର ସ୍ୱାଗତ କରିଛନ୍ତି । ମୋଦିଙ୍କ ସ୍ୱାଗତ ପାଇଁ ସଜେଇ ହୋଇଛି ଅହମ୍ମଦାବାଦ ସହର । ବିମାନ ବନ୍ଦରରୁ ରାଜଭବନ ଯାଏଁ ହୋର୍ଡିଂ ଓ ପୋଷ୍ଟର ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ବିଭିନ୍ନ ସ୍ଥାନରେ ପାଳନ କରୁଛନ୍ତି ବିଜେପି କର୍ମୀ । ଗାନ୍ଧିନଗରରେ ମୋଦିଙ୍କ ଜୀବନୀକୁ ନେଇ ଏକ ଫଟୋପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।