‘ଯେତିକି ଲୋକପ୍ରିୟ, ସେତିକି ଫିଟ୍’ : ଫିଟନେସ୍ ପାଇଁ ପ୍ରେରିତ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସର୍ବାଗ୍ରେ ମୋଦି

96

କନକ ବ୍ୟୁରୋ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ‘ଯେତିକି ଲୋକପ୍ରିୟ, ସେତିକି ଫିଟ୍’ । ବିଶ୍ୱ ଦରବାରରେ ତାଙ୍କ ପତିଆର ବୃଦ୍ଧି ପାଇବା ସହ ଗତ କିଛି ଦିନ ପୂର୍ବରୁ ବ୍ରିଟିସ୍ ହେରାଲ୍ଡ ଶକ୍ତିଶାଳୀ ନେତାର ଆଖ୍ୟା ଦେଇଛି । ମୋଦି କେବଳ ଯେ ଶକ୍ତିଶାଳୀ ନେତା ତା’ନୁହେଁ ଫିଟନେସରେ ମଧ୍ୟ ସର୍ବାଗ୍ରେ ମୋଦି । ସିନେ ତାରକା, ଯୋଗଗୁରୁ ତଥା ଖେଳାଳିଙ୍କୁ ପଛରେ ପକାଇ ଫିଟନେସ ପାଇଁ ପ୍ରେରିତ କରୁଥିବା ବ୍ୟକ୍ତିଙ୍କ ତାଲିକରେ ଲଗାତାର ଦ୍ୱିତୀୟ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପ୍ରଧାନମନ୍ତ୍ରୀ । ନିଜକୁ ଫିଟ୍ ରଖିବା ପାଇଁ ସେ ଶୀଘ୍ର ଉଠିବା ସହ ଯୋଗାଭ୍ୟାସ କରନ୍ତି । ଦେଶ ଜାକର ଲୋକଙ୍କ କଥା ବୁଝିବା ପାଇଁ ନିଜକୁ ଫିଟ୍ ରଖିବା ଜରୁରୀ । ଏକଥାକୁ ପ୍ରଧାନମନ୍ତ୍ରୀ ଭଲଭାବରେ ଉପଲବ୍ଧି କରିଛନ୍ତି । ନିରାମିଷ ଭୋଜନ କରିବା ସହ ନିୟମିତ ଯୋଗାଭ୍ୟାସ ତାଙ୍କୁ ୬୮ ବର୍ଷ ବୟସରେ ମଧ୍ୟ ପୁରାପୁରି ଫିଟ୍ ରଖିଛି ।

ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଖିଲାଡ଼ି ତାରକା ଅକ୍ଷୟ କୁମାର ଓ ଯୋଗଗୁରୁ ରାମଦେବ ।ତ୍ତଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରେରିତ କରୁଥିବା ବ୍ୟକ୍ତିଙ୍କ ତାଲିକାରେ କ୍ରିକେଟର ଏମଏସ ଧୋନୀ, ବିରାଟ କୋହଲିଙ୍କ ନାମ ମଧ୍ୟ ରହିଛି । ଅନ୍ୟପଟେ ସିନେ ତାରକା କରୀନା କପୁର, ରଣବୀର ସିଂ, ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା, ଟାଇଗର ଶ୍ରଫଙ୍କ ନାଁ ମଧ୍ୟ ଏହି ତାଲିକାରେ ସାମିଲ ଅଛି । ଭାରତର ପ୍ରମୁଖ ନିବାରକ ସ୍ୱାସ୍ଥ୍ୟ ପରିତନ୍ତ୍ର ଏଙଛଓଓ ପକ୍ଷରୁ ଏହି ତାଲିକା ଘୋଷଣା ହୋଇଛି । ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି, ୨୦୧୫ରେ ଅନ୍ତର୍ଜାତୀୟ ଯୋଗ ଦିବସ ଆରମ୍ଭ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଯୋଦ ଦିବସକୁ ଏବେ ସାରା ବିଶ୍ୱ ପାଳନ ହେଉଛି । କେବଳ ଭାରତକୁ ନୁହେଁ ସାରା ବିଶ୍ୱକୁ ସ୍ୱସ୍ଥ ରଖିବାରେ ମଧ୍ୟ ମୋଦିଙ୍କ ଭୂମିକା ରହିଛି ।

ଫିଟ୍ ରହିବା ସହ ମୋଦିଙ୍କ ବ୍ୟକ୍ତିତ୍ୱ, ବିଚାରଧାରା ଏପରି ଯେ କେହି ପ୍ରଭାବିତ ହେବ । ଦେଶ ବିଦେଶରେ ମୋଦି ଏବେ ଜଣେ ଚର୍ଚ୍ଚିତ ବ୍ୟକ୍ତି ତଥା ଚର୍ଚ୍ଚିତ ନାଁ । ପ୍ରବଳ ଆତ୍ମବିଶ୍ୱାସ ସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସେ ସବୁବେଳେ ଚେଷ୍ଟିତ । ଅଭୂତପୂର୍ବ ସମୟଜ୍ଞାନ ଓ ଚିନ୍ତାଧାରା ହିଁ ତାଙ୍କୁ ସମସ୍ତଙ୍କ ମଧ୍ୟରେ ଭିନ୍ନ କରି ତୋଳିଛି ।