ଆଜି ବହୁପ୍ରତିକ୍ଷୀତ ଝାରସୁଗୁଡା ବିମାନବନ୍ଦରର ଲୋକାର୍ପଣ କରିବେ ମୋଦି : ପ୍ରଥମ ଦିନରେ ଭୁବନେଶ୍ୱର ଓ ରାୟପୁରକୁ ବିମାନ ସେବା

21

କନକ ବ୍ୟୁରୋ : ତାଳଚେର ପରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଗସ୍ତରେ ଯିବେ । ମୋଦି ସେଠାରେ ଝାରସୁଗୁଡ଼ା ବିମାନବନ୍ଦରକୁ ଦେଶ ଉଦେଶ୍ୟରେ ଉତ୍ସର୍ଗ କରିବେ । ଏହାରାଜ୍ୟର ଦ୍ୱିତୀୟ ବିମାନବନ୍ଦର ହେବ । ସେଠାରୁ ଉଡ଼଼ାଣ ସେବାର ମଧ୍ୟ ଶୁଭାରମ୍ଭ କରିବେ ମୋଦି । ସେଠାରେ ପ୍ରଧାନମନ୍ତ୍ରୀ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ର ଝାରସୁଗୁଡ଼ା-ସେରଡ଼େଗା ୫୩.୧ କିଲୋମିଟର ରେଳ ଲାଇନ୍ ଓ ଗର୍ଜନବାହାଲ୍ କୋଇଲା ଖଣିକୁ ମଧ୍ୟ ଉଦ୍ଘାଟନ କରିବେ। ସେହିପରି ସୁନ୍ଦରଗଡ଼ରେ ଏନ୍ଟିପିସିର ଡୁଲାଙ୍ଗ ଖଣିକୁ ମଧ୍ୟ ଦେଶ ପ୍ରତି ଉତ୍ସର୍ଗ କରିବେ ।

ତେବେ ବର୍ତ୍ତମାନ ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରଠାରେ ପହଞ୍ଚିବା ପରେ ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ତାଳଚେରରେ ପହଞ୍ଚିଛନ୍ତି । ତାଳଚେର ସାରକାରଖାନାର ପୁନରୁଦ୍ଧାର ସହିତ ୧୩ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରାସ୍ତାବିତ ଏହି କାରଖାନାରୁ ବାର୍ଷିକ ୧.୨୭ ମିଲିୟନ ମେଟ୍ରିକ୍ ଟନ୍ ୟୁରିଆ ଉତ୍ପାଦନ, ସହିତ ପ୍ରାୟ ୪ହଜାର ୫ଶହ ଜଣଙ୍କୁ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ନିଯୁକ୍ତି ଯୋଗାଇ ଦିଆଯିବାର ପରିକଳ୍ପନା କରାଯାଇଛି ।

ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଜଞ୍ଜଗିର୍-ଚମ୍ପା ଜିଲ୍ଲାରେ ଆୟୋଜିତ ପାରମ୍ପରିକ ହସ୍ତତନ୍ତ ଓ କୃଷି ପ୍ରଦର୍ଶନୀରେ ଯୋଗଦେବେ । ଏଥିସହିତ ପେଣ୍ଡ୍ରା-ଅନୁପୂରର ତୃତୀୟ ରେଳଲାଇନ ଓ ଜାତୀୟ ରାଜପଥର ଶିଳାନ୍ୟାସ କରିବେ । ସେଠାରେ ସେ ଆୟୋଜିତ ଏକ ସଭାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ ।