ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ : ଟୁଇଟ କରି କହିଲେ, ଏହି ନିଷ୍ପତ୍ତି ୧୩୦ କୋଟି ଭାରତୀୟଙ୍କ ଶାନ୍ତି ଓ ସଂଯମତାର ପରିଚୟ

345

କନକ ବ୍ୟୁରୋ : ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି ।  ସୁପ୍ରିମକୋର୍ଟଙ୍କ ରାୟ ପରେ ମୋଦି ଏହାକୁ ନେଇ ବୟାନ ରଖିଛନ୍ତି । ମୋଦି କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ କାହାର ଜିତ ବା ହାର ଭାବେ ଦେଖିବା ଉଚିତ ନୁହେଁ । ରାମଭକ୍ତି ହେଉ କି ରହିମ ଭକ୍ତି ଆମ ସମସ୍ତଙ୍କୁ ଭାରତଭକ୍ତି ଭାବନାକୁ ସଶକ୍ତ କରିବା ଆବଶ୍ୟକ । ଏହି ନିଷ୍ପତ୍ତି ୧୩୦ କୋଟି ଭାରତୀୟଙ୍କ ଶାନ୍ତି ଓ ସଂଯମର ପରିଚୟ ।

ଦେଶବାସୀଙ୍କ ଉଦ୍ଦେଶ୍ୟରେ ମୋଦି ଅପିଲ କରିଛନ୍ତି ସମସ୍ତେ ସଦଭାବ ଓ ଏକତା ରଖନ୍ତୁ । ସୁପ୍ରିମକୋର୍ଟଙ୍କ ଏହି ରାୟ ବହୁ କାରଣରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦୀ କହିଛନ୍ତି । ସେ କହିଛନ୍ତି ଯେ ଏହି ରାୟ ପ୍ରମାଣିତ କରେ ଯେ କୌଣସି ବିବାଦକୁ ସମାଧାନ କରିବାରେ ଆଇନଗତ ପ୍ରକ୍ରିୟା ପାଳନ କରିବା କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

ସବୁ ପକ୍ଷଙ୍କୁ ନିଜ ନିଜର ଦଲିଲ ରଖିବାକୁ ପର୍ଯ୍ୟାପ୍ତ ସ ସମୟ ଦିଆଯାଇଛି । ନ୍ୟାୟର ମନ୍ଦିର ବହୁ ଦିନର ପୁରୁଣା ମାମଲାକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମାଧାନ କରିଛନ୍ତି । ଏହି ନ୍ୟାୟିକ ପ୍ରକ୍ରିୟା ଲୋକଙ୍କର ବିଶ୍ୱାସକୁ ଆହୁରି ମଜଭୁତ କରିବ ଜ୍ଝ ଆମ ଦେଶର ହଜାର ହଜାର ବର୍ଷର ପୁରୁଣା ଭାଇଚାରାର ଭାବନା ଅନୁଯାୟୀ ୧୩୦ କୋଟି ଭାରତୀୟ ଶାନ୍ତି ଓ ସଂଯମତାର ପରିଚୟ ଦେବା ।