ଦେଶବାସୀଙ୍କ ସାମ୍ନାକୁ ଆସିବ ପାଇକ ବିଦ୍ରୋହ କାହାଣୀ : ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ଧର୍ମେନ୍ଦ୍ରଙ୍କ ଟ୍ୱିଟ,ସ୍ମରଣ କରାଯିବ ପାଇକଙ୍କ ସଂଘର୍ଷର କଥା

33

କନକ ବ୍ୟୁରୋ : ଦେଶବାସୀଙ୍କ ସାମ୍ନାକୁ ଆସିବ ପାଇକ ବିଦ୍ରୋହର କାହାଣୀ । ସେମାନଙ୍କ ବୀରତ୍ୱ ଓ ବଳିଦାନର କାହାଣୀଙ୍କୁ ସ୍ମରଣ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତ୍ତି ପାଳନ ଅବସରରେ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରକାଶିତ ହେବାକୁ ଥିବା ପୁସ୍ତକଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ପାଇକଙ୍କ ସଂଗ୍ରାମ ଓ ସେମାନଙ୍କର ମାତୃଭୂମି ପ୍ରତି ପ୍ରେମ ଏଥିରେ ଲିପିବଦ୍ଧ ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଉପରେ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି କହିଛନ୍ତି, ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକମାନଙ୍କ ବୀରତ୍ୱ ଓ ବଳିଦାନକୁ ଶବ୍ଦରେ ବୟାନ କରି ହେବନାହିଁ । ସେମାନଙ୍କ ସଂଘର୍ଷର ଅଜଣା ଅଧ୍ୟାୟକୁ ସାରା ଦେଶବାସୀଙ୍କ ନିକଟରେ ପହଁଚାଯିବ । ଏ ନେଇ ପ୍ରକାଶ ହେବାକୁ ଥିବା ପୁସ୍ତକ, ଯୁବପୀଢି ମଧ୍ୟରେ ଲୋକପ୍ରିୟ ହେବା ସହ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଆଶା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ।