ଟଙ୍କିକିଆ ଚାଉଳ କେଉଁଠୁ ଆସୁଛି, କେତେ ରହିଛି କେନ୍ଦ୍ର ସରକାରଙ୍କ ଅବଦାନ? ତାଳଚେରରୁ ହିସାବ ଦେଲେ ପ୍ରଧାନମନ୍ତ୍ରୀ ମୋଦି

Advertisment
ଟଙ୍କିକିଆ ଚାଉଳ କେଉଁଠୁ ଆସୁଛି, କେତେ ରହିଛି କେନ୍ଦ୍ର ସରକାରଙ୍କ ଅବଦାନ? ତାଳଚେରରୁ ହିସାବ ଦେଲେ ପ୍ରଧାନମନ୍ତ୍ରୀ ମୋଦି

କନକ ବ୍ୟୁରୋ : ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଓଡ଼ିଶା ଗସ୍ତରେ ଆସି ମୋଦି ପ୍ରଥମେ ଦେଶର ପ୍ରଥମ କୋଇଲାରୁ ଗ୍ୟାସ ଆଧାରିତ ସାରକାରଖାନାର ଶିଳାନ୍ୟାସ କରିଛନ୍ତି । ତାଳଚେର ସାରକାରଖାନାର ପୁନରୁଦ୍ଧାର ସହିତ ୧୩ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରାସ୍ତାବିତ ଏହି କାରଖାନାରୁ ବାର୍ଷିକ ୧.୨୭ ମିଲିୟନ ମେଟ୍ରିକ୍ ଟନ୍ ୟୁରିଆ ଉତ୍ପାଦନ, ସହିତ ପ୍ରାୟ ୪ହଜାର ୫ଶହ ଜଣଙ୍କୁ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ନିଯୁକ୍ତି ଯୋଗାଇ ଦିଆଯିବାର ପରିକଳ୍ପନା କରାଯାଇଛି । ତେବେ ଶିଳାନ୍ୟାସ ପରେ ତାଳଚେରରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇଛନ୍ତି ମୋଦି ।

ଜନସଭାରେ ଟଙ୍କିକିଆ ଚାଉଳର ହିସାବ ଦେଇଛନ୍ତି ମୋଦି । କହିଛନ୍ତି ଓଡ଼ିଶାରେ ଯେଉଁ ଟଙ୍କିକିଆ ଚାଳଳ ଦିଆଯାଇଛି ତାହାପାଇଁ ପ୍ରାୟ ୨୫ ଟଙ୍କାରୁ ୩୦ ପ୍ରତିଶତ ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରୁଛନ୍ତି । ତେବେ ଯାଇ ଏକ ଟଙ୍କାରେ ଉପଲବ୍ଧ ହୋଇପାରୁଛି ଟଙ୍କିକିଆ ଚାଉଳ ।  ଏକଥା ଲୋକେ ଜାଣିପାରୁନାହାନ୍ତି ଯେ ଟଙ୍କିକିଆ ଚାଉଳ ପଛରେ କେନ୍ଦ୍ର ସରକାରଙ୍କ କେତେ ଅବଦାନ ରହିଛି । ଟଙ୍କିକିଆ ଚାଉଳ ବାଂଟିବା ପାଇଁ ସମସ୍ତ ଟଙ୍କା ଦିଲ୍ଲୀରୁ ଆସୁଛି ବୋଲି ଜନସାଧାରଣ ଅଜ୍ଞ ଅଛନ୍ତି । ରାଜ୍ୟର ୮୫ ଲକ୍ଷରୁ ଅଧିକ ପରିବାରକୁ ଏହାର ଲାଭ ମିଳୁଛି । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ନବୀନ ସରକାରଙ୍କୁ ପ୍ରତି ମାସରେ ପାଖାପାପାଖି ସାଢ଼େ ଚାରିଶହ କୋଟି ଟଙ୍କା ପ୍ରଦାନ କରୁଛି । ଯେଉଁ ଟଙ୍କିକିଆ ଚାଳକ ପାଇଁ ନବୀନ ସରକାର ବାହାବା ନେଉଛନ୍ତି, ତାହାର ପ୍ରକୃତ ହିସାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ତାଳଚେର ପରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଗସ୍ତରେ ଯିବେ । ମୋଦି ସେଠାରେ ଝାରସୁଗୁଡ଼ା ବିମାନବନ୍ଦରକୁ ଦେଶ ଉଦେଶ୍ୟରେ ଉତ୍ସର୍ଗ କରିବେ । ଏହାରାଜ୍ୟର ଦ୍ୱିତୀୟ ବିମାନବନ୍ଦର ହେବ । ସେଠାରୁ ଉଙ୍ଗ଼ାଣ ସେବାର ମଧ୍ୟ ଶୁଭାରମ୍ଭ କରିବେ ମୋଦି । ଏହାସହ ମୋଦି ମହାନଦୀ କୋଲଫିଲ୍ଡସ୍ ଲିମିଟେଡର ଝାରସୁଗୁଡ଼ା ସରଡେଗା ୫୩.୧ କିଲୋମିଟରର ରେଳ ଲାଇନ୍ ଓ ଗର୍ଜନବାହାଲ କୋଇଲା ଖଣିକୁ ମଧ୍ୟ ଉଦଘାଟନ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe