କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଏବେ ଗୁଜରାଟ ଗସ୍ତରେ ଅଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରମଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ କରି ୧୧,୫୧,୦୦୦ ଲୋକଙ୍କ ପାଖକୁ ୧୩,୫୮,୩୧୯୧୮ ଟଙ୍କା ପେନସନ ଖାତା ଜରିଆରେ ଟ୍ରାନ୍ସଫର କରିଛନ୍ତି । ଅଣସଂଗଠିତ ଶ୍ରମିକ ଯେପରିକି ରିକ୍ସା ଚାଳକ, ଫେରିବାଲା, ଶ୍ରମିକ, ଘରୋଇ ଶ୍ରମିକ, ବର୍ଜି, ପାନବାଲା, ଛୋଟ ଦୋକାନୀ କିମ୍ବା ଅନ୍ୟାନ୍ୟ ଶ୍ରମିକ ଏଥିରେ ଉପକୃତ ହୋଇପାରିବେ । ପେନସନ ପାଇବାର ବୟସ ସୀମା ରହିଛି ୧୮ ରୁ ୪୦ ।
ମାସିକ ଆୟ ୧୫ହଜାର ଟଙ୍କାରୁ କମ ଥିବା ବ୍ୟକ୍ତିଙ୍କୁ ସେମାନଙ୍କୁ ଯୋଗାଇ ଦିଆଯିବ । ତେବେ ଏହି ଯୋଜନାରେ ଯୋଡି ହେବାପାଇଁ ନିକଟରେ ଥିବା କମନ ସର୍ଭିସ ସେଂଟରରେ ଆଧାରକାର୍ଡ ଓ ସଂଚୟ ବା ଜନ-ଧନ ଖାତା ସହିତ ଯିବାକୁୁ ପଡ଼ିବ । ଅଧିକ ଜାଣିବା ପାଇଁ ୱେବସାଇଟ www.labour.gov.in ଓ www.licindia.in ପେଜ୍ ଖୋଲିବାପାଇଁ ପଡ଼ିବ । ଯଦି ନିକଟରେ ଥିବା ସର୍ଭିସ ସେଂଟର ଖୋଜିବା ପାଇଁ ଯାଉଛନ୍ତି, ତେବେ www.locator.csccloud.in ପରିଦର୍ଶନ କରନ୍ତୁ ।
मुझे ऐहसास है कि देश के करोड़ों गरीबों के मन में ये सवाल रहता था कि जब तक हाथ-पैर चलते हैं, तब तक तो काम भी मिल पाएगा, थोड़ा बहुत पैसा भी मिलेगा, लेकिन जब शरीर कमजोर हो जाएगा तब क्या होगा ?: पीएम @narendramodi#KaamdarKaSammanpic.twitter.com/sKi3cHp6rR
— BJP (@BJP4India) March 5, 2019
पहले जिस दल की सरकार थी, जिसने दशकों तक देश पर शासन किया,
वो जब गरीबी को एक मानसिक अवस्था समझे, तो आप समझ सकते हैं कि पहले आपकी चिंता क्यों नहीं की गई।
भारत में गरीबी मानसिक अवस्था नहीं है, बल्कि ऐसी सोच वालों की गलत मानसिकता और गलत नीतियों का परिणाम है: PM
— PMO India (@PMOIndia) March 5, 2019
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କିଛି ଦିନ ପୂର୍ବରୁ ଆମ ସରକାର ୧୨ କୋଟି କୃଷକଙ୍କ ପରିବାର ପାଇଁ ଯୋଜନା ଆରମ୍ଭ କରିଥିଲେ । ଆଉ ଆଜି ୪୨ କୋଟି ଶ୍ରମିକଙ୍କ ପାଇଁ ଯୋଜନା ଆରମ୍ଭ ହେଉଛି । ୫୫ବର୍ଷରେ ଯାହା ହୋଇପାରିନଥିଲା, ଆଜି ଜଣେ ଚା’ବାଲାର ପୁଅ ୫୫ ମାସରେ କରିଦେଖାଇଛି । ନିଜକୁ ଦେଶର ଶ୍ରମିକ ନମ୍ବର ୱାନ୍ ବୋଲି କହିଛନ୍ତି ମୋଦି ।