କନକ ବ୍ୟୁରୋ : ଲୋକଙ୍କୁ ଶସ୍ତା ଓ ସୁବିଧାରେ ଔଷଧ ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ଜନଓøଷଧୀ ଯୋଜନା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାରା ଦେଶରେ ୬ ହଜାର ଜନଓøଷଧୀ କେନ୍ଦ୍ର ଖୋଲାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସବୁ କେନ୍ଦ୍ରରେ ୫୦ରୁ ୭୦ ପ୍ରତିଶତ ଯାଏ ଶସ୍ତାରେ ଓøଷଧ ଯୋଗାଇ ଦିଆଯାଉଛି । ସେହିପରି ସୁବ ଗରିବ ଯେମିତି ସୁଲଭ ମୂଲ୍ୟରେ ଓøଷଧ ପାଇପାରିବେ ସେ ନେଇ ପ୍ରୟାସ ଜାରି ରହିଛି । ଆଜି ଜନଔଷଧୀ ଯୋଜନାର ହିତାଧିକାରୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସି ମାଧ୍ୟମରେ କଥା ହୋଇ ସିଧାସଳଖ ହିତାଧିକାରୀଙ୍କୁ ସୁବିଧା ସୁଯୋଗ ପଚାରି ବୁଝିଛନ୍ତି ।

Advertisment

ତେବେ ଏହି ସମୟରେ କରୋନା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କରୋନା ଭୟରେ ଆଜି ପୁରା ବିଶ୍ୱ ହାତ ମିଳାଇବା ପରିବର୍ତ୍ତେ ନମସ୍କାର କରୁଛି । କୌଣସି କାରଣରୁ ଆମେ ଏହି ଅଭ୍ୟାସରୁ ଦୂରେଇ ଯାଇଛୁ ତେବେ ହାତ ମିଶାଇବା ବଦଳରେ ଏବେ ପୁଣିଥରେ ନମସ୍କାର କରିବାର ସମୟ ଆସିଯାଇଛି  । ହାତ ମିଳାଇବା ଅପେକ୍ଷା ନମସ୍କାରର ଅଭ୍ୟାସ ନିହାତି ଉତ୍ତମ ।  ସରକାର ଜନତାଙ୍କ ହିତ ଉଦ୍ଦେଶ୍ୟରେ ଚାରି ସୂତ୍ର ଉପରେ କାମ କରୁଛନ୍ତି । ପ୍ରତ୍ୟେକ ନାଗରିକ ରୋଗରକୁ କିପରି ବଞ୍ଚିପାରିବେ, ଦ୍ୱିତୀୟ ରୋଗରେ ପଡ଼ିଲେ କିପରି ସୁଲଭ ମୂଲ୍ୟରେ ଉପଚାର ସମ୍ଭବ ହୋଇପାରିବ । ଆଉ ତୃତୀୟଟି ହେଲା ଚିକିତ୍ସା ପାଇଁ ଅତ୍ୟାଧୁନିକ ମେଡ଼ିକାଲ ସୁବିଧା, ପର୍ଯ୍ୟାପ୍ତ ଡାକ୍ତର ଓ ମେଡ଼ିକାଲ ଷ୍ଟାଫ୍ ଏବଂ ଚତୁର୍ଥ ମିଶନ୍ ମୋଡ଼ରେ କାମ ।

ମୋଦି କହିଛନ୍ତି ଜନଔଷଧଧୀ କେନ୍ଦ୍ରରୁ ଔଷଧ ନେବା ଦ୍ୱାରା ପ୍ରାୟ ୨ରୁ ଅଢ଼େଇ କୋଟି ଟଙ୍କା ବଞ୍ଚିପାରୁଛି । ଯଦ୍ୱାରା ଲୋକେ ଲାଭବାନ୍ ହେବା ସହ ସରକାରଙ୍କୁ ମଧ୍ୟ ବଡ଼ ସାହାଯ୍ୟ ମିଳୁଛି । ଏକ ହଜାରରୁ ଅଧିକ ଔଷଧର ମୂଲ୍ୟ ନିୟନ୍ତ୍ରିତ ହେବାଦ୍ୱାରା ସମଗ୍ର ଦେଶର ରୋଗୀଙ୍କର ୧୨୫୦୦ କୋଟି ଟଙ୍କା ବଞ୍ଚିଯାଉଛି ।