ଆଜି ବାରଣାସୀରେ ନାମାଙ୍କନ ଦାଖଲ କରିବେ ପ୍ରଧାନମନ୍ତ୍ରୀ ! କାଶୀ ବିଶ୍ୱନାଥଙ୍କ ଦର୍ଶନ ପରେ ବିଶାଳ ଶୋଭାଯାତ୍ରାରେ ଯାଇ କରିବେ ପ୍ରାର୍ଥୀ ପତ୍ର ଦାଖଲ

69

କନକ ବ୍ୟୁରୋ : ବାରଣାସୀରେ ଆଜି ନାମାଙ୍କନ ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଙ୍ଗା ପୂଜନ ଓ ବାବା ବିଶ୍ୱନାଥଙ୍କ ଦର୍ଶନ ପରେ ବିଶାଳ ରୋଡ ସୋରେ ଯାଇ ରିଟଣ୍ଣ ର୍ିଂ ଅଫିସରଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିବେ । ଶୋଭାଯାତ୍ରାରେ ବାହାରି ପ୍ରଧାନମନ୍ତ୍ରୀ ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାରଣାସୀରେ ସୁରକ୍ଷା କଡାକଡି କରାଯାଇଛି । ମୋଦିଙ୍କ ନାମାଙ୍କନ ଦାଖଲ ବେଳେ ୟୁପି ବିଜେପି ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା ରଖିଛି ।

ପ୍ରାର୍ଥୀ ପତ୍ର ଦାଖଲ ବେଳେ ବିଜେପି ଓ ଏନଡିଏର ବରିଷ୍ଠ ନେତାଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ତେବେ ଗତକାଲି ବାରଣାସୀରେ ରୋଡ ଶୋ କରିବା ପରେ ଗଙ୍ଗା ଆଳତି କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ୍‌ ସୋ’କୁ ଐତିହାସିକ କରିବା ପାଇଁ ବିଜେପି ତା’ର ସବୁ ଶକ୍ତି ଖଟାଇଥିବା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ଆଜି ବିଏଚ୍‌ୟୁ ଗେଟ୍‌ଠାରୁ ଆରମ୍ଭ ହୋଇ ଅସ୍ସି, ଶିବାଲା, ସୋରପୁରା, ମଦନପୁରା ଏବଂ ଗୋଦ୍‌ଲିୟା ଦେଇ ଯାଇଥିଲା  ।

ରୋଡ୍‌ ସୋ’ ପାଇଁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଥିଲା ଏବଂ ୧୦ ହଜାରରୁ ଅଧିକ ସୁରକ୍ଷା କର୍ମୀ ଏଥିରେ ନିୟୋଜିତ ହୋଇଥିଲେ । ଏହାପରେ ଜନସଭାକୁ ସମ୍ବୋଧିତ କରି ମୋଦି କହିଥିଲେ, ରାଷ୍ଟ୍ର ଧର୍ମ ହିଁ ତାଙ୍କ ଜୀବନର ମୂଳମନ୍ତ୍ର । ପ୍ରଧାନମନ୍ତ୍ରୀଙ୍କୁ ପାଖରୁ ଦେଖିବା ପାଇଁ ଜନସମୁଦ୍ରରେ ପରିଣତ ହୋଇଥିଲା କାଶୀ । ମୋଦିଙ୍କ ଝଲକ ଟିକେ ପାଇବାକୁ ରାସ୍ତାର ଉଭୟ ପାଶ୍ୱର୍ରେ ଭିଡ ଜମାଇଥିବା ହଜାର ହଜାର ଲୋକ ମୋଦି ମୋଦି ନାରା ଦେଇଥିଲେ ।