ମୋଦିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା ! ଆସନ୍ତା ୬ରେ ପୁଣି ଓଡ଼ିଶା ଆସିବେ ମୋଦି,ସୁନ୍ଦରଗଡ଼ର ଏକ ସାଧାରଣ ସଭାରେ ଦେବେ ଯୋଗ

184

କନକ ବ୍ୟୁରୋ : ମୋଦିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା । ଆସନ୍ତା ୬ରେ ପୁଣି ଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦିନ କେଇଟା ବାକି । ଏପରିସ୍ଥଳେ ଜାତୀୟଦଳ ଗୁଡ଼ିକ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି । ୧୨୦ ମିଶନକୁ ସାକାର କରିବା ପାଇଁ ମୋଦି ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୬ରେ ସୁନ୍ଦରଗଡ଼ ସାଧାରଣ ସଭାରେ ଯୋଗଦେବା ପାଇଁ  ଓଡ଼ିଶା ଗସ୍ତରେ ଆସୁଛନ୍ତି ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ । ସେପଟେ ଆସନ୍ତା ୨ରେ ମୋଦିଙ୍କ କଳାହାଣ୍ଡି ଗସ୍ତ ନେଇ ଚୂଡ଼ାନ୍ତ ହୋଇସାରିଛି ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାରେ ସ୍ଥିତି ମହଭୁତ କରିବା ପାଇଁ ମୋଦି ପୁଣି ଥରେ ଓଡ଼ିଶା ଆସୁଛନ୍ତି । ପଶ୍ଚିମ ଓଡ଼ିଶାରେ ଦଳକୁ ଶକ୍ତିଶାଳୀ କରିବା ପାଇଁ ପ୍ରୟାସ କରୁଛନ୍ତି ପ୍ରଧାନମନ୍ତ୍ରୀ । ମାର୍ଚ୍ଚ ୨୯ରେ କୋରାପୁଟ ଆସିଥିଲେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ମାରାଥନ୍ ଗସ୍ତରୁ ଜଣାପଡ଼ୁଛି ୧୨୦ ମିଶନ ପାଇଁ ଲାଗି ପଡ଼ିଛନ୍ତି ମୋଦି । କୋରାପୁଟ ଜୟପୁର ସମାବେଶ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ପ୍ରଧାନମନ୍ତ୍ରୀ । ଚଳିତ ନିର୍ବାଚନରେ ବିଜେଡ଼ିକୁ ପ୍ରତ୍ୟାଖ୍ୟାନ କରି ନେତୃତ୍ୱ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଆହ୍ୱାନ ଦେଇଥିଲେ । ବିକାଶ ନାରେ ରାଜ୍ୟ ସରାକଙ୍କ ଉପରେ ବର୍ଷିଥିଲେ ମୋଦି ।

ମୋଦିଙ୍କ ମାରାଥନ ଗସ୍ତରୁ ସ୍ପଷ୍ଟ ହେଉଛି ୧୨୦ ମିଶନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ମୋଦି । ଚଳିତ ନିର୍ବାଚନରେ କୌଣସି ଜାତୀୟ ଦଳ ଗରିଷ୍ଠତା ହାସଲ କରିବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଏପରିସ୍ଥଳେ ମୋଦିଙ୍କ ପାଇଁ ଓଡ଼ିଶାବାସୀଙ୍କ ଭୋଟର ଅନେକ ମହତ୍ୱ ରହିଛି । ଏଥର ଦିଲ୍ଲୀ ଗାଦି ଅକ୍ତିଆର କରିବାରେ ଓଡ଼ିଶାବାସୀ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଜୋରଦାର ଚର୍ଚ୍ଚା ହେଉଛି ।