କନକ ବ୍ୟୁରୋ : ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଦୁଇ ଦିନଆ ଭାରତ ଗସ୍ତରେ ଆସିଛନ୍ତି । ଚେନ୍ନାଇ ପହଞ୍ଚିବା ପରେ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଥିଲା । ଆଉ ତା’ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜି ଜିନପିଙ୍ଗ ମହାବଳୀପୁରମ୍ ପହଞ୍ଚିଇଲେ । ପ୍ରଧାନମନ୍ତ୍ରୀ ମୋଦି ଚୀନ ରାଷ୍ଟ୍ରପତିଙ୍କୁ ସ୍ୱତନ୍ତ୍ର ଦକ୍ଷିଣୀ ଲୁକରେ ନଜର ଆସିଛନ୍ତି । ପ୍ରଧାନମନ୍ତ୍ରୀ ଏହି ସମୟରେ ତାମିଲନାଡୁର ପାରମ୍ପରିକ ପୋଷାକ ଲୁଙ୍ଗି ଓ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି । ସ୍ବାଗତ ପରେ ମୋଦି ତାଙ୍କୁ ମହାବଲୀପୁରମର କୀର୍ତ୍ତିରାଜି ବୁଲାଇ ଦେଖାଇଛନ୍ତି । ପ୍ରଧାନମନ୍ତ୍ରୀ ଅର୍ଜୁନଙ୍କ ତପସ୍ୟା ସ୍ଥଳୀ ସମେତ ଅନେକ ସ୍ଥାନ ବୁଲି ଦେଖାଇଛନ୍ତି ।
ଏବେ ସମଗ୍ର ବିଶ୍ୱର ନିଜର ମହାବଲୀପୁରମ୍ ଉପରେ କେନ୍ଦ୍ରୀଭୂତ ହୋଇ ରହିଥିବା ବେଳେ ଉଭୟ ନେତାଙ୍କ ମଧ୍ୟରେ ହେବାକୁ ଥିବା ଅନୌପଚାରିକ ଆଲୋଚନାର ନିଷ୍କର୍ଷ ଜାଣିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି ସମଗ୍ର ବିଶ୍ୱ ।ପୂର୍ବରୁ ଚୀନ୍ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ‘ଭାରତକୁ ସ୍ୱାଗତ; ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍’ ବୋଲି କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/MODI-3.jpg)
/kanak/media/post_attachments/wp-content/uploads/2019/10/MODI-TEMPLE-300x169.jpg)