ଏୟାରଷ୍ଟ୍ରାଇକକୁ ନେଇ ସାମ ପିଟ୍ରୋଡାଙ୍କ ବିବାଦୀୟ ବୟାନ ପରେ ମୋଦି ଦେଲେ ଜବାବ ! କହିଲେ, ସେନାର ଅପମାନ କରୁଛନ୍ତି ବିରୋଧୀ

238

କନକ ବ୍ୟୁରୋ : ସାମ ପିଟ୍ରୋଡାଙ୍କ ବିବାଦୀୟ ବୟାନକୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଟ୍ରୋଡାଙ୍କ ବୟାନ ସେନାକୁ ଅସମ୍ମାନିତ କରୁଛି । ସେନାକୁ ନେଇ ଏଭଳି ବୟାନ ଦେବା ବିରୋଧୀଙ୍କ ଅଭାସ୍ୟ ପାଲଟିଯାଇଛି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି । ଆତଙ୍କବାଦୀର ମୁକାବିଲା କରିବା ପାଇଁ କଂଗ୍ରେସ ପାଖରେ ସାହାସ ନାହିଁ ବୋଲି ମୋଦି କହିଛନ୍ତି । ଦେଶରେ ଆକ୍ରମଣ କରୁଥିବା ଆତଙ୍କବାଦୀଙ୍କୁ ତାଙ୍କ ଭାଷାରେ ଜବାବ ଦେଉଛନ୍ତି କେନ୍ଦ୍ର ସରକାର । ସେପଟେ ପିଟ୍ରୋଡାଙ୍କ ବୟାନର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ । ଯିଏ ଦେଶକୁ ବୁଝିପାରିନି ସେମାନେ ଏଭଳି ବୟାନ ଦିଅନ୍ତି । ଏବଂ ଯେଉଁଠାରୁ ଆତଙ୍କବାଦର ସୃଷ୍ଟି ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଜେଟଲୀ କହିଛନ୍ତି ।

ସୂଚନାଯୋଗ୍ୟ କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବାଦୀୟ ବୟାନ । ସାମ ପିଟ୍ରୋଡା କହିଛନ୍ତି ଯେ, ଆକ୍ରମଣ ଗୁଡିକ ସର୍ମ୍ପକରେ ତାଙ୍କର ଅଧିକ ଧାରଣା ନାହିଁ କିନ୍ତୁ ଏପରି ଆକ୍ରମଣ ସବୁବେଳେ ହୁଏ । ମୁମ୍ବାଇରେ ମଧ୍ୟ ଆକ୍ରମଣ ହୋଇଥିଲା ଏବଂ ସେହି ସମୟରେ ବି ପାକିସ୍ତାନକୁ ବିମାନ ପଠାଯାଇଥାନ୍ତା କିନ୍ତୁ ତାହା କରାଗଲା ନାହିଁ । ଏବଂ ପାକିସ୍ତାନକୁ ଯୁଦ୍ଧ ବିମାନ ପଠାଇବା ଅନୁଚିତ ବୋଲି ସାମ ପିଟ୍ରୋଡା କହିଛନ୍ତି । କିଛି ଲୋକଙ୍କ ପାଇଁ ସମଗ୍ର ପାକିସ୍ତାନକୁ ଦାୟୀ କରିବା ଭୁଲ୍ ବୋଲି ମଧ୍ୟ ନିଜ ବୟାନରେ କହିଛନ୍ତି ସାମ ପିଟ୍ରୋଡା । ଏହାସହ ବାଲାକୋଟରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାମ ପିତ୍ରୋଡା । ସେ କହିଛନ୍ତି ଯେ, ବାଲାକୋଟରେ ଭାରତୀୟ ସେନା ଯଦି ଆକ୍ରମଣ କରିଛି ଓ ୩ଶହ ଆତଙ୍କବାଦୀକୁ ନିହତ କରାଯାଇଛି ତେବେ ଭାରତ ସରକାର ଏହାର ତଥ୍ୟ ପ୍ରମାଣ ଦିଅନ୍ତୁ । ଏହାସହ ପାକିସ୍ତାନ ସୀମାରେ ଭାରତୀୟ ଯୁଦ୍ଧ ବିମାନ ଉଡାଇବ ଅନୁଚିତ ।