ଯୁକ୍ତ ୩ ସେମିଷ୍ଟାର ପରୀକ୍ଷା ପୂର୍ବରୁ ବିଭ୍ରାଟ : ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ, ସୋସିଆଲ ମିଡିଆରେ ଘୁରି ବୁଲୁଛି ପ୍ରଶ୍ନପତ୍ର

1,162

କନକ ବ୍ୟୁରୋ : ଯୁକ୍ତ ୩ ପରୀକ୍ଷା ପୂର୍ବରୁ ବିଭ୍ରାଟ । ଗୋଟିଏ ପଟେ ପରୀକ୍ଷା ଆରମ୍ଭ ହୋଇନି, ଅନ୍ୟପଟେ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ସୁନ୍ଦରଗଡ଼ରେ ପରୀକ୍ଷା ଆରମ୍ଭ ନହେଉଣୁ ଯୁକ୍ତ ୩ ବିଜ୍ଞାନ ସେମିଷ୍ଟାର ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି । ସୁନ୍ଦରଗଡ଼ ଅଞ୍ଚଳରର ଏକ କଲେଜରୁ ଏହି ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି ବୋଲି ସୂଚନା ମିଳଛି । ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ପିଲାଙ୍କ ଭବିଷ୍ୟତ ।

ପ୍ରଶ୍ନପତ୍ର ଭାଇରାଲ୍ ହେବାପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ନୀରିକ୍ଷକ କହିଛନ୍ତି, ସନ୍ଦେହ ଘେରରେ ଥିବା କଲେଜ ଗୁଡ଼ିକ ଯାଞ୍ଚ କରାଯିବ । ପ୍ରମାଣ ମିଳିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ଖୁବ ଶୀଘ୍ର ଘଟଣାର ତଦନ୍ତ ଆରମ୍ଭ ହେବ ।

ସେପଟେ ଏହି ଘଟଣାର ତଦନ୍ତ ପାଇଁ ସମ୍ବଲପୁର ବିଶ୍ୱିବିଦ୍ୟାଳୟ ଦ୍ୱାରା ୧୦ଟି ଟିମ୍ ଗଠନ ହୋଇଛି । ସମସ୍ତ କଲେଜ ଗୁଡ଼ିକୁ ନୋଟିଜ ଜାରି କରାଯାଇଛି । ନୂଆ ପ୍ରଶ୍ନପତ୍ର ଆସିବା ପରେ ଅନୁଷ୍ଠିତ ହେବ ପରୀକ୍ଷା ।