ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ! ସକାଳ ୧୧ଟାରେ ପରୀକ୍ଷା ଫଳ ପ୍ରକାଶ କରିବେ ଗଣଶିକ୍ଷା ମନ୍ତ୍ରୀ

55

କନକ ବ୍ୟୁରୋ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ଆଜି ପ୍ରକାଶ ପାଇବ । ଦିନ ୧୧ଟାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବେ । ଛାତ୍ରଛାତ୍ରୀ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ସିଏଚଏସଇଓଡିଶା ଡଟ୍ ଏନଆଇସି ଡଟ୍ ଇନ୍ ଏବଂ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଓଡିଶାରେଜଲ୍ଟସ ଡଟ୍ ଏନଆଇସି ଡଟ୍ ଇନ୍ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ । ପରୀକ୍ଷା ସଂପର୍କିତ ସୂଚନା ଲାଗି ପରିଷଦ ପକ୍ଷରୁ ଏକ ହେଲ୍ପ ଲାଇନ୍ ନମ୍ବର ୦୬୭୪-୨୩୦୨୩୯୨ ଖୋଲାଯାଇଛି । ରେଜଲ୍ଟ ଜାଣିବା ଲାଗି ପରୀକ୍ଷାର୍ଥୀଙ୍କୁ ରୋଲ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବରର ଆବଶ୍ୟକତା ରହିଛି । ୱେବସାଇଟରେ ଉଭୟ ନମ୍ବର ଦାଖଲ ନ କଲେ ପରୀକ୍ଷା ଫଳ ବାହାରିବ ନାହିଁ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି ।

source:google.co.in

ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ୫ରୁ ୨୯ ତାରିଖ ପର୍ଯ୍ୟନ୍ତ୧୧୦୪ଟି ପରୀକ୍ଷା କେନ୍ଦ୍ରରେ ୩,୬୫,୮୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବିଜ୍ଞାନ ବିଭାଗରେ ୯୬,୧୭୫ ଜଣ ପରୀକ୍ଷା ଦେଇଥିବା ବେଳେ କଳା ବିଭାଗରେ ୨,୩୩,୯୭୮ ଏବଂ ବାଣିଜ୍ୟ ବିଭାଗରେ ୨୭,୪୪୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୨୦୧୭ ମସିହାରେ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ମେ’ ୧୨ରେ ପ୍ରକାଶ ପାଇଥିଲା । ପାସହାର ୮୧.୧୧ ପ୍ରତିଶତ ଥିଲା । ଚଳିତବର୍ଷ ସିବିଏସ୍ଇ ପାଠ୍ୟକ୍ରମ ଢାଞ୍ଚାରେ ପ୍ରସ୍ତୁତ ହୋଇଥିବା ପାଠ୍ୟକ୍ରମ ଅନୁଯାୟୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାରୁ ପାସହାର  ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।