ଅକ୍ଟୋବର ଦୁଇରୁ ପ୍ଲାଷ୍ଟିକ କଟକଣା : ପ୍ରଥମ ପର୍ଯ୍ୟାୟରେ ୫ ମହାନଗର ଓ ପୁରୀରେ ହେବ ବନ୍ଦ

106

କନକ ବ୍ୟୁରୋ : ୫ଟି ମ୍ୟୁନିସପାଲଟି ଏବଂ ମ୍ୟୁନିସପାଲ କର୍ପୋରେସନରେ ପ୍ଲାଷ୍ଟିକ ପଲିଥିନ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଏସମ୍ପର୍କିତ ଡ୍ରାଫଟ ଆଣିଛନ୍ତି । ଏହି ଡ୍ରାଫଟ୍ ଅନୁସାରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଏବଂ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଆସନ୍ତା ୨ ତାରିଖରୁ କଡାକଡି ଭାବେ ଏହି କଟକଣା ଲାଗୁ ହେବ ।

Plastic bottles
image courtesy-https://www.google.co.in

ନିୟମ ଅନୁସାରେ ଏହି ସବୁ ଅଂଚଳରେ ପ୍ଲାଷ୍ଟିକ ପଲିଥିନର କେହି ଉତ୍ପାଦନ, ବିକ୍ରି ଓ ବ୍ୟବହାର କରିପାରିବେ ନାହିଁ । ପଲିଥିନ ସହିତ, ୫୦୦ ମିଲିଲିଟରରୁ କମ ପ୍ଲାଷ୍ଟିକ ପାଣି ବୋତଲ, ଖାଇବା ପ୍ଲେଟ, ଗ୍ଲାସ , ଚାମଚ ଆଦିର ବ୍ୟବହାର ମଧ୍ୟ ହୋଇପାରିବ ନାହିଁ । ଏଥିସହ ଥର୍ମକୁଲରେ ନିର୍ମିତ ଘରସଜା ସାମଗ୍ରୀ ଉପରେ ମଧ୍ୟ କଟକଣା ଲାଗିଛି । ବ୍ୟବସାୟୀ ମାନେ ୫୦ ମାଇକ୍ରନରୁ ଅଧିକ ମୋଟେଇର ପଲିଥିନକୁ ଟ୍ରାନ୍ସପୋର୍ଟିଂ ଏବଂ ପ୍ୟାକେଜିଂରେ ବ୍ୟବହାର କରିପାରିବେ ।

image courtesy – www.irishtimes.com

ତେବେ ଚାରା ପ୍ରସ୍ତୁତ କରୁଥିବା ନର୍ସରୀ, ହର୍ଟିକଲଚର, ଚାଷ ସାମଗ୍ରୀ ନେବା ଆଣିବା ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଉପରେ କଟକଣା ରହିବ ନାହିଁ । ଏଥିସହିତ ଔଷଧ, ରକ୍ତଥଳୀ, ସିରିଂଜ, ମେଡିକାଲ ଇନଷ୍ଟ୍ରୁୁମେଂଟ ପାଇଁ ବ୍ୟବହାର ହେଉଥିବା ପଲିଥିନ କିମ୍ବା ଅନ୍ୟ ପ୍ଲାଷ୍ଟିକ ସାମଗ୍ରୀ ଏଥିରେ ଅନ୍ତର୍ଭୁକ୍ତ ହେବ ନାହିଁ । ସର୍ବସାଧାରଣ ସ୍ଥାନକୁ ମଧ୍ୟ ଲୋକେ ପ୍ଲାଷ୍ଟିକ ପଲିଥିନ ନେଇ ଯାଇପାରିବେ ନାହିଁ । ଡ୍ରାଫଟର ନିର୍ଦ୍ଦେଶନାମାକୁ ଧର୍ମୀୟ ଅନୁଷ୍ଠାନ, ହୋଟେଲ, ରେଷ୍ଟୁରାଂଟ୍ର ମାଲିକମାନେ ମାନିବେ । ଏଥିସହ ଅନୁଷ୍ଠାନ ମଧ୍ୟରେ ପ୍ଲାଷ୍ଟିକ ୱେଷ୍ଟ ସଂଗ୍ରହ ପାଇଁ ମଧ୍ୟ ବ୍ୟବସ୍ଥା କରିବେ ।

plastic water bottle

ଡ୍ରାଫ୍ଟ ଅନୁସାରେ ସବୁକିଛି ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାର ତଦାରଖ କରିବେ ମ୍ୟୁନିସପାଲ କମିଶନର । ଏନେଇ ଗଣମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହ ସିନେମାହଲ ମାଲିକମାନେ ହଲରେ ସ୍ଲାଇଡ୍ ସୋ ମାଧ୍ୟମରେ ଏହାର ପ୍ରଚାର କରିବାକୁ ଡ୍ରାଫଟ୍ରେ ଉଲ୍ଲେଖ ରହିଛି ।