ନିକଟରେ କମଲ ହାସନ ହିନ୍ଦୁ ମାନଙ୍କର ପ୍ରମୁଖ ଗ୍ରନ୍ଥ ମହାଭାରତ ଉପରେ ଆପତ୍ତିଜନକ ବୟାନ ଦେଇ ଚର୍ଚ୍ଚାରେ ଆସିଛନ୍ତି । ସେ ଏକ ସାକ୍ଷାତକାରରେ ମହାଭାରତ ଗ୍ରନ୍ଥର ନାମ ନନେଇ କହିଲେ କି ଭାରତରରେ ଏମିତି ଏକ ବହିକୁ ସମସ୍ତେ ସମ୍ମାନ ଦିଅନ୍ତି, ଯେଉଁଠି ଜୁଆ ଖେଳ ଚକ୍କରରେ ଜଣେ ମହିଳାଙ୍କୁ ବାଜି ଲଗାଇ ଦିଆ ଯାଇଛି । କମଲ ହାସନ ଏହି ବୟାନ ପରେ ହିନ୍ଦୁ ମୁନାନୀ କାଟଚୀ ସଂଗଠନ ତାଙ୍କ ବିରୋଧରେ ଚେନ୍ନାଇ ପୋଲିସ କମିଶନରଙ୍କ ପାଖରେ ଅଭିଯୋଗ କରିଛନ୍ତି ।
କମଲ ହାସନ ଏ ସବୁ କଥା ୧୨ ମାର୍ଚ୍ଚ ଏକ ସାକ୍ଷାତକାର ସମୟରେ କହିଥିଲେ । ଏବେ ତାଙ୍କ ବିରୋଧରେ ପିଆଇଏ ଦାଖଲ ହୋଇଛି । ଖୁବ ଶୀଘ୍ର ଏହି ମାମଲାର ଶୁଶାଣି ହେବ । ହିନ୍ଦୁ ମୁନାନୀ କାଟଚୀ ସଂଗଠନ ପକ୍ଷରୁ ଦାବି ହୋଇଛି କମଲ ହାସନ ଏପରି ଅପମାନଜନକ ମନ୍ତବ୍ୟ ପାଇଁ ଯଦି ନମାଗନ୍ତି ତେବେ ତାଙ୍କ ବିରୋଧରେ ବଡ ଅଭିଯାନ ଆରମ୍ଭ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/P-1.jpg)