କନକ ବ୍ୟୁରୋ : ପେଟ୍ରୋଲ୍‌ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି । କ୍ରମାଗତ ୧୦ ଦିନ ଧରି ବୃଦ୍ଧି ପାଉଥିବା ପେଟ୍ରୋଲ ଦାମ ମୁମ୍ବାଇରେ ୮୫ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୮୦ ଟଙ୍କା ଅତିକ୍ରମ କରିଛି । ସେହିଭଳି ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ୭୬ ଟଙ୍କା ଟପିଯାଇଛି । ଗୁରୁବାର ପାଇଁ ପେଟ୍ରୋଲ୍‌ ଲିଟର ପିଛା ଦର ୭୬ ଟଙ୍କା ୨୮ ପଇସା ଓ ଡିଜେଲ ଦର ୭୩ ଟଙ୍କା ୪୬ ପଇସା ହୋଇଛି ।

Advertisment

ଚଳିତ ମାସ ୧୬ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ୭୩ ଟଙ୍କା ୯୪ ପଇସା ଥିଲା । ୧୭ ତାରିଖରେ ତାହା ୭୪ ଟଙ୍କା ଓ ୨୦ ତାରିଖରେ ୭୫ ଟଙ୍କାର ସ୍ତର ଅତିକ୍ରମ କରିଥିଲା । ଗତକାଲି ଏହା ୭୬ ଟଙ୍କା ସ୍ତରକୁ ଟପିଯାଇଛି । ସେହିପରି ଚଳିତ ମାସ ୧୬ ତାରିଖରେ ଡିଜେଲ ମୂଲ୍ୟ ଲିଟର ପିଛା ୭୧ ଟଙ୍କା ୩୫ ପଇସା ଥିଲା । ୧୯ ତାରିଖରେ ତାହା ୭୨ ଟଙ୍କା ସ୍ତର ଟପିଯିବା ପରେ ୨୩ ତାରିଖରେ ୭୩ ଟଙ୍କା ସ୍ତର ଅତିକ୍ରମ କରିଛି ।

petrol price remain constant during election

ଚଳିତ ମାସ ୧୪ ତାରିଖଠାରୁ କ୍ରମାଗତ ଭାବେ ପେଟ୍ରୋଲ୍‌ ଓ ଡିଜେଲ ଦର ବଢ଼ିଚାଲିଛି । ପ୍ରତିଦିନ ଲିଟର ପିଛା ୩୦-୪୦ ପଇସାର ବୃଦ୍ଧି ହେଉଛି । ଏହି ୧୦ ଦିନ ଭିତରେ ଉଭୟ ତେଲର ମୂଲ୍ୟରେ ଅଢ଼େଇରୁ ତିନି ଟଙ୍କା ପାଖାପାଖି ବୃଦ୍ଧି ହୋଇସାରିଲାଣି । କେବଳ ଭୁବନେଶ୍ୱର ନୁହେଁ ସାରା ଦେଶରେ ପେଟ୍ରୋଲ୍‌ ଓ ଡିଜେଲ ମହଙ୍ଗା ହୋଇଛି ।  ଆଜି ମୁମ୍ବାଇରେ ପେଟ୍ରୋଲ୍‌ର ଲିଟର ପିଛା ଦର ୮୪ ଟଙ୍କା ୯୯ ପଇସା ହୋଇଥିବା ବେଳେ ଚେନ୍ନାଇରେ ୮୦ ଟଙ୍କା ୧୧ ପଇସା ଓ ଦିଲ୍ଲୀରେ ୭୭ ଟଙ୍କା ୧୭ ପଇସା ହୋଇଯାଇଛି । ଦେଶର ଅନ୍ୟ ପ୍ରମୁଖ ସହରଗୁଡ଼ିକ ତୁଳନାରେ ଭୁବନେଶ୍ୱରରେ ଡିଜେଲ ଦର ବହୁତ ଅଧିକ ରହୁଛି ।

Petrol price image courtesy - www.indiacarnews.com

ତେଲ ଦର କେବେ କମିବ ତାହାର କୌଣସି ସଙ୍କେତ ଏପର୍ଯ୍ୟନ୍ତ ମିଳୁନାହିଁ । ଚଳିତ ସପ୍ତାହରେ ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି । କିନ୍ତୁ କେଉଁ ଉପାୟରେ ଦର କମାଇବେ ତାହା ଜାଣିପାରୁନାହାନ୍ତି ।