କନକ ବ୍ୟୁରୋ : ପେଟ୍ରୋଲ୍ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି । କ୍ରମାଗତ ୧୦ ଦିନ ଧରି ବୃଦ୍ଧି ପାଉଥିବା ପେଟ୍ରୋଲ ଦାମ ମୁମ୍ବାଇରେ ୮୫ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୮୦ ଟଙ୍କା ଅତିକ୍ରମ କରିଛି । ସେହିଭଳି ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୭୬ ଟଙ୍କା ଟପିଯାଇଛି । ଗୁରୁବାର ପାଇଁ ପେଟ୍ରୋଲ୍ ଲିଟର ପିଛା ଦର ୭୬ ଟଙ୍କା ୨୮ ପଇସା ଓ ଡିଜେଲ ଦର ୭୩ ଟଙ୍କା ୪୬ ପଇସା ହୋଇଛି ।
ଚଳିତ ମାସ ୧୬ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୭୩ ଟଙ୍କା ୯୪ ପଇସା ଥିଲା । ୧୭ ତାରିଖରେ ତାହା ୭୪ ଟଙ୍କା ଓ ୨୦ ତାରିଖରେ ୭୫ ଟଙ୍କାର ସ୍ତର ଅତିକ୍ରମ କରିଥିଲା । ଗତକାଲି ଏହା ୭୬ ଟଙ୍କା ସ୍ତରକୁ ଟପିଯାଇଛି । ସେହିପରି ଚଳିତ ମାସ ୧୬ ତାରିଖରେ ଡିଜେଲ ମୂଲ୍ୟ ଲିଟର ପିଛା ୭୧ ଟଙ୍କା ୩୫ ପଇସା ଥିଲା । ୧୯ ତାରିଖରେ ତାହା ୭୨ ଟଙ୍କା ସ୍ତର ଟପିଯିବା ପରେ ୨୩ ତାରିଖରେ ୭୩ ଟଙ୍କା ସ୍ତର ଅତିକ୍ରମ କରିଛି ।
ତେଲ ଦର କେବେ କମିବ ତାହାର କୌଣସି ସଙ୍କେତ ଏପର୍ଯ୍ୟନ୍ତ ମିଳୁନାହିଁ । ଚଳିତ ସପ୍ତାହରେ ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି । କିନ୍ତୁ କେଉଁ ଉପାୟରେ ଦର କମାଇବେ ତାହା ଜାଣିପାରୁନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/6-14.jpg)
/kanak/media/post_attachments/wp-content/uploads/2018/05/34892-fuel-pixabay.jpg)
/kanak/media/post_attachments/wp-content/uploads/2018/05/Petrol-Diesel.jpg)