୪ ବର୍ଷରେ ତେଲ ଦର ସର୍ବାଧିକ ! ପ୍ରତିବାଦରେ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହଙ୍ଗାମା

22

କନକ ବ୍ୟୁରୋ : ୪ ବର୍ଷର ସର୍ବାଧିକ ସ୍ତରରେ ପହଚିଂଛି ତେଲ ଦର । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି । ଭୁବନେଶ୍ୱର ପେଟ୍ରୋଲ ଲିଟର ପିଛା ଦର ୭୨ ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୭୦ ଟଙ୍କା ଟପିଛି । ତେଲ ଦରକୁ ପ୍ରସଙ୍ଗ କରି ୟୁପିଏଠାରୁ କ୍ଷମତା ଛଡାଇନେଇଥିବା ଏନଡିଏ ସରକାର ଅମଳରେ ପେଟ୍ରୋଲ ଡିଜେଲ ମୂଲ୍ୟରେ ଏଭଳି ଅହେତୁକ ବୃଦ୍ଧି ସାଧାରଣ ଗ୍ରାହକଙ୍କୁ ହନ୍ତସନ୍ତ କରିଛି ।

ଯାହାକୁ ପ୍ରସଙ୍ଗ କରି ଆଜି ବିଧାନସଭାରେ ହଙ୍ଗାମା କରିଛନ୍ତି କଂଗ୍ରେସ ସଦସ୍ୟ । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ୟୁପିଏ ଅମଳରେ ତେଲ ଦର କମ ରହିଥିଲା ଏବେ ଦର ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରଜ୍ୟ ସରକାର ଦାୟୀ । ଏହାର ଜବାବ ରଖିଛି ଶାସକ ବିଜେଡି । ବିଜେଡି ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି, ଆମଦାନୀ ଶୁଳ୍କ ଓ ସେସ ବୃଦ୍ଧି ଫଳରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି । ଏଥିପାଇଁ କେନ୍ଦ୍ର ସରକାର ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି ।