ଆଜି ପୁଣି ବଢିଲା ତେଲ ଦର : ମାଲକାନଗିରିରେ ପେଟ୍ରୋଲ ଦର ରାଜ୍ୟର ସର୍ବାଧିକ ୮୩ ଟଙ୍କା ୪୦ ପଇସା

33

କନକ ବ୍ୟୁରୋ : ଏପଟେ ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ସାରା ଦେଶରେ ବନ୍ଦ ଡାକରା ଦେଇଛି । ଆଉ ସେପଟେ ପୁଣି ଥିରେ ବଢ଼ିଲା ତେଲ ଦର । ତେଲ ବଡ଼ାଇଲା ଚିନ୍ତା । ହୁହୁ ଦରରେ ବଡ଼ି ଚାଲିଛି ଦର । ପକେଟ ହେଉଛି ଖାଲି । ଆଜି ମାଲକାନଗିରିରେ ପେଟ୍ରୋଲ ଦର ୮୩ ଟଙ୍କା ୪୦ ପଇସା ଥିବା ବେଳେ ଡିଜେଲ ୮୧ ଟଙ୍କା ୯୭ ପଇସା ରହିଛି । ସେହିଭଳି, ଜୟପୁରରେ ପେଟ୍ରୋଲ ଲିଟର ପିଛା ୮୨ ଟଙ୍କା୭୫ ପଇସା ଓ ଡ଼ିଜେଲ ୮୧ ଟଙ୍କା ୩୨ ପଇସା ରହିଛି । ଏବଂ ଏସ୍କଟ୍ରା ପ୍ରିମିୟମ୍ ପେଟ୍ରୋଲ ଲିଟର ପିଛା ରହିଛି ୮୫.୬୭ ପଇସା । ଯାହାକୁ ନେଇ ଲୋକଙ୍କ ହୋସ ଉଡିଯାଉଛି । ସେପଟେ ନବରଙ୍ଗପୁର ବଜାରରେ ପେଟ୍ରୋଲ ଦର ଲିଟର ପିଛା ୮୩ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଡିଜେଲ ୮୧ ଟଙ୍କା ୫୬ ପଇସା ରହିଛି । ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଦୋକାନ ବଜାର ବନ୍ଦ ହେବା ସହ ସ୍କୁଲ କଲେଜ ସବୁ ବନ୍ଦ ରହିଛି । ଗାଡି ଚଳାଚଳ ବନ୍ଦ ଥିବାରୁ ଯାତ୍ରୀ ନାହିଁ ନଥିବା ହଇରାଣ ହରକତ ହୋଇଛନ୍ତି ।

source : India.com

ସୂଚନାଯୋଗ୍ୟ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଆଜି ଭାରତ ବନ୍ଦ ପାଳନ କରୁଛି କଂଗ୍ରେସ । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ନ ୩ଟାରେ ଶେଷ ହୋଇଛି । କଂଗ୍ରେସ ନେତୃତ୍ୱରେ ୧୭ଟି ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି । ଏହି ବନ୍ଦର ପ୍ରଭାବ ରାଜଧାନୀ ଦିଲ୍ଲୀରେ ମଧ୍ୟ ଦେଖିବାକୁ ମିଳିଛି । କର୍ମୀମାନେ ଏକ ନିଆରା ଢ଼ଙ୍ଗରେ ପ୍ରତିବାଦ କରିବା ସହ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ଓ ଡ଼ିଜେଲ ଦର ବୃଦ୍ଧିର ପ୍ରତିବାଦରେ ଏକ ବଳଦ ଗାଡିରେ ବସି ଆନ୍ଦୋଳନକାରୀମାନେ ବିକ୍ଷୋଭ କରିଛନ୍ତି । ପ୍ରେଟ୍ରୋଲ ଡିଜେଲ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ୁଥିବାରୁ ସାଧାରଣ ଲୋକଙ୍କ ପକେଟ ଉପରେ ମାଡ ହେଉଛି । ଯାହାଫଳରେ ଆଗାମୀ ଦିନରେ ଲୋକମାନେ ଗାଡି ଚଳାଇବା ବଦଳରେ ବଳଦ ଗାଡିର ବ୍ୟବହାର କରିବେ ବୋଲି ଆନ୍ଦୋଳନକାରୀ କହିଛନ୍ତି । ଏହାସହ କେନ୍ଦ୍ରସରକାର ସମସ୍ତ ଜିନିଷକୁ ଜିଏସ୍ଟି ଭୁକ୍ତ କରିଥିବା ବେଳେ ପେଟ୍ରୋଲ ଓ ଡିଜେଲକୁ କାହିଁକି ଜିଏସ୍ଟିି ଭୁକ୍ତ କରାଯାଉନାହିଁ ବୋଲି କର୍ମୀ ପ୍ରଶ୍ନ କରିଛନ୍ତି ।