ଆହୁରି ମହଙ୍ଗା ହେବ ସୁନା : ପେଟ୍ରୋଲ-ଡିଜେଲର ଦର ବଢ଼ିବ 

457

କନକ ବ୍ୟୁରୋ :ଦ୍ୱିତୀୟ ପାଳିରେ କ୍ଷମତାକୁ ଆସିଥିବା ନରେନ୍ଦ୍ର ମୋଦି ସରକାରଙ୍କ ଠାରୁ ସମସ୍ତେ ଅନେକ କିଛି ଛାଡ ପାଇବାର ଆଶା ରଖିଥିଲେ । ହେଲେ ଏହାରି ଭିତରେ ସାଧାରଣ ତଥା ମଧ୍ୟବିତ୍ତ ବର୍ଗ ପାଇଁ ବଜେଟରେ ସେଭଳି କିଛି ନୂତନତ୍ୱ ନଥିବା ବେଳେ ବରଂ ଆହୁରି ଅଧିକ ବୋଝ ପଡିଛି । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ ପେଟ୍ରୋଲ ଓ ଡିଜେଲ ଦର ବଢିବାକୁ ଥିବା ବେଳେ ସୁନା ଦର ଆହୁରି ମହଙ୍ଗା ହେବ ।

ଆଗକୁ ପେଟ୍ରୋଲ-ଡିଜେଲ ଓ ସୁନା ଦର ବଢ଼ିବ । ଅର୍ଥମନ୍ତ୍ରୀ ବଜେଟରେ ସୁନା ଉପରେ ଶୁଳ୍କ ବଢାଇଥିବା ବେଳେ ପେଟ୍ରୋଲ ଓ ଡିଜେଲ ଉପରେ ସେସ ଲଗାଇଛନ୍ତି । ସୁନା ଉପରେ ଶୁଳ୍କ ଅଢ଼େଇ ପ୍ରତିଶତ ବୃଦ୍ଧି ପାଇଛି । ୧୦ ପ୍ରତିଶତ ଶୁଳ୍କରୁ ୧୨.୫ ପ୍ରତିଶତକୁ ଶୁଳ୍ପ ବଢାଇଛନ୍ତି ଅର୍ଥମନ୍ତ୍ରୀ । ସେହିଭଳି ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ୧-୧ ଟଙ୍କାର ଅତିରିକ୍ତ ସେସ୍ ବୃଦ୍ଧି କରାଯିବ । ଅର୍ତାତ୍ ପେଟ୍ରୋଲ ଓ ଡିଜେଲ ଦର ଆଗାମୀ ଦିନରେ ଆହୁରି ମହଙ୍ଗା ହେବ ।

ଖାଲି ଏତିକି ନୁହେଁ, ନିଶାଦ୍ରବ୍ୟ ଉପରେ ମଧ୍ୟ ଶୁଳ୍କ ବୃଦ୍ଧି କରିଛନ୍ତି ସରାକାର । ଅଥଥାତ୍ ଆଗାମୀ ଦିନରେ ତମାଖୁ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇବ । ସେହିଭଳି ରୂପା ସାମଗ୍ରୀର ଦର ମଧ୍ୟ ମହଙ୍ଗା ହେବ ବୋଲି ବଜେଟରୁ ସ୍ପଷ୍ଟ ହୋଇଛି ।