ତେଲ ଦରରେ ନିଆଁ । ଲଗାତାର ୧୬ ଥର ପାଇଁ ବଢିଲା ଦର । ୮୦ ଅତିକ୍ରମ କଲା ପେଟ୍ରୋଲ, ଡିଜେଲ ଲିଟର ପିଛା ୭୭ ପାର୍ ।

442

କନକ ବ୍ୟୁରୋ : ପୁଣି ତେଲ ଦରରେ ଲାଗିଲା ନିଆଁ । ଭୁବନେଶ୍ୱର ଓ କଟକରେ ୮୦ ଟଙ୍କା ଟପିଲା ପେଟ୍ରୋଲ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୩ ପଇସା ଓ ଡିଜେଲ ଦରରେ ୫୮ ପଇସା ବୃଦ୍ଧି ଘଟିଛି । ୧୬ ଦିନ ହେଲା ଲଗାତାର ତେଲ ଦର ବଢିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଗତ ୬ ତାରିଖରୁ ଆଜି ଯାଏଁ ପେଟ୍ରୋଲ ଦର ୮ ଟଙ୍କା ୪୧ ପଇସା ବଢିଛି ।

ସେହିପରି ଡିଜେଲ ଗତ ୧୬ ଦିନ ଭିତରେ ବଢିଛି ୯ଟଙ୍କା ୩୧ ପଇସା । ଆଜି ଭୁବନେଶ୍ୱରରେ ପେଟ୍ରୋଲ ୮୦ ଟଙ୍କା ୧୩ ପଇସା ଦରରେ ବିକ୍ରି ହେଉଛି, ସେହିପରି ଡିଜେଲର ଦର ରହିଛି ୭୭ ଟଙ୍କା ୦୪ ପଇସା । କଟକରେ ୮୦ ଟଙ୍କା ୩୯ ପଇସା ରହିଛି ପେଟ୍ରୋଲ ଦର ଓ ଡିଜେଲ ଲିଟର ପିଛା ୭୭ ଟଙ୍କା ୨୯ ଦରରେ ବିକ୍ରି ହେଉଛି । ସେପଟେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୯ ଟଙ୍କା ୫୬ ପଇସା ଓ ଡିଜେଲ ୭୮ ଟଙ୍କା ୮୫ ପଇସାରେ ବିକ୍ରି ହେଉଛି ।