ସୁଶାନ୍ତଙ୍କୁ ଭୁଲିପାରୁନି ପୋଷା କୁକୁର । ଅଭିନେତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନି । ସୁଶାନ୍ତଙ୍କୁ ଏବେ ବି ଝୁରୁଛି ଫଜ୍ । ଫଟୋ ଓ ଭିଡ଼ିଓ ଦେଖିଲେ ବିକଳ ହୋଇ କାନ୍ଦୁଛି

630

କନକ ବ୍ୟୁରୋ : ନିରୀହ ପଶୁର ଆଖିରୁ ଲୁହ ଶୁଖୁନି । ସୁଶାନ୍ତ ସିଂ ରାଜପୁତଙ୍କୁ ଝୁରୁଛି ପୋଷା କୁକୁର ଫଜ୍ । ଅପଲକ ନୟନରେ ମାଲିକକୁ ଅପେକ୍ଷା କରିଛି ଫଜ୍ । ଅଶ୍ରୁଳ ଆଖିରେ ଅଭିନେତାଙ୍କ ଅଫେରା ବାଟକୁ ଚାହିଁ ଚାହିଁ ଅନବରତ ଲୁହ ଗଡ଼ାଉଛି । ସୁଶାନ୍ତଙ୍କ କୌଣସି ଫଟୋ ଓ ଭିଡ଼ିଓ ଦେଖିଲେ କାନ୍ଦୁଛି ନୀରିହ ପୋଷାକୁକୁର । ଅଭିନେତାଙ୍କ ମୃତ୍ୟୁକୁ ୨ ମାସ ବିତିଲାଣି, ତଥାପି ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିନି । ଦିନ ଗଡ଼ି ଚାଲିଛି ଆଉ ସସପେନ୍ସ ବଢ଼ି ବଢ଼ି ଯାଉଛି ।

ଅଭିନେତାଙ୍କୁ ଅପେକ୍ଷା କରିଛି ଫଜ୍ । ସୁଶାନ୍ତଙ୍କ ମୃତ୍ୟୁ ପରେ ସବୁଠାରୁ ଅଧିକ ଦୁଃଖରେ ଅଛି ତାଙ୍କ ପୋଷା କୁକୁର । ପାଖାପାଖି ୨ ମାସ ପରେ ବି ମାଲିକକୁ ଭୁଲିପାରୁନି । ସ୍ୱାର୍ଥପର ଦୁନିଆର ଏ ପଙ୍କିଳ ମାୟାଜାଲରୁ ବହୁଦୂରେ ଥିବା ଫଜ୍ ଏବେ ବି ସୁଶାନ୍ତଙ୍କ ଫଟୋ କିମ୍ବା ଭିଡ଼ିଓ ଦେଖିଲେ ବିକଳ ହୋଇ କାନ୍ଦୁଛି । ମାଲିକ ଫେରିବ ଆଉ ସ୍ନେହରେ କୋଳେଇ ନେବ, ଏଇ ଆଶା ନେଇ ଘରର କବାଟ ଖୋଲିବା ମାତ୍ରେ ସେଇଆଡ଼େ ଚାହିଁରହୁଛି । ଏବେ ଫଜ୍ ସୁଶାନ୍ତଙ୍କ ଭଉଣୀଙ୍କ ଘରେ ରହୁଛି । ସୁଶାନ୍ତଙ୍କ ପରେ ତାଙ୍କ ଭଉଣୀ ଓ ଭିଣୋଇଙ୍କ ସହ ଅତି ଅନ୍ତରଙ୍ଗ ଥିଲା ଫଜ୍ । ସେମାନେ ତା’ର ଅନେକ ଯତ୍ନ ମଧ୍ୟ ନେଉଛନ୍ତି । ହେଲେ ଏତେ ସ୍ନେହ ଆଦର ଭିତରେ ବି ଫଜର ଆଖି କେବଳ ସୁଶାନ୍ତଙ୍କୁ ଖୋଜୁଛି । ସଙ୍କଟ ଭିତରେ ଦୁନିଆ ଛାଡ଼ି ଦେଇଥିବା ପ୍ରିୟ ମାଲିକ ଯେ ଆଉ ଘରକୁ ଫେରିବନି କି ତାକୁ କୋଳେଇ ନେବନି, ସେକଥା ବୁଝିପାରୁନି ପୋଷା କୁକୁର ।

ସୁଶାନ୍ତଙ୍କ ମୃତ୍ୟ ପରେ ତାଙ୍କୁ ଝୁରି ଝୁରି ଅନେକ ଦିନ ପର୍ଯ୍ୟନ୍ତ ଅସୁସ୍ଥ ଥିଲା ଫଜ୍ । ଖାଇବା ପିଇବା ଛାଡ଼ିଦେଇଥିଲା । ଅଖିଆ ଅପିଆ ମାଲିକର ଅଫେରା ରାସ୍ତାକୁ ଜଗିଥିଲା । ଫଜ ମାତ୍ର ୨୦ ଦିନର ହୋଇଥିବା ବେଳେ ତାକୁ ଘରକୁ ଆଣିଥିଲେ ସୁଶାନ୍ତ । ଏବେ ଫଜ୍ ୪ ବର୍ଷର । ପଶୁ ହେଲା ବୋଲି ଏତେ ବର୍ଷର ନିରୋଳା ବନ୍ଧୁତ୍ୱକୁକୁ କିପରି ଭୁଲିବ ଫଜ୍ ?