ଚାକିରି ନାହିଁ ଚିନ୍ତା ନାହିଁ ! ଲକ୍ଷ ଲକ୍ଷ ଟଙ୍କା ଆୟ କରିବା ସହ ସୁରକ୍ଷିତ ରହିବ ଭବିଷ୍ୟତ, ଜାଣନ୍ତୁ କିପରି ?

87

ସମସ୍ତେ ଚାକିରି କରିନଥାନ୍ତି ବା ପାଇଁ ଚାକିରି କରିବା ସମସ୍ତଙ୍କ ପାଇଁ ସମ୍ଭବପର ହୋଇନଥାଏ । ଅଧିକ ସଂଖ୍ୟାରେ ଲୋକେ ବିଭିନ୍ନ ଛୋଟ ମୋଟ ବ୍ୟବସାୟ କରି ଟଙ୍କା ରୋଜଗାର କରନ୍ତି । କିନ୍ତୁ ଏହି ରୋଜଗାର ନିମୟିତ ନଥାଏ । ତେବେ ଆଜି ଆମେ କିଛି ଆର୍ଥିକ ଯୋଜନା ବିଷୟରେ ଜାଣିବା, ଯାହାଦ୍ୱାରା ଭବିଷ୍ୟତ ଉଜ୍ଜଳ ହୋଇପାରିବ । ଚାକିରିଆଙ୍କୁ ନିମୟିତ ଦରମା ମିଳେ । ତେବେ ଯେଉଁମାନେ ଚାକିରି କରୁନାହାନ୍ତି ସେମାନେ ଭବିଷ୍ୟତ ପାଇଁ ଚିନ୍ତାରେ ଥାଆନ୍ତି । ଆଉ କୌଣସି ଜାଗାରେ ନିବେଶ କଲେ ସେମାନେ ଭଲ ରିଟର୍ଣ୍ଣର ଆଶା ରଖନ୍ତି । ତେବେ ନିବଶେ ସମୟରେ ଜଗିରଖି ନିବେଶ କରିବା ଦରକାର । ଅନିୟମତ ରୋଗାର କରୁଥିବା ବ୍ୟକ୍ତି ପ୍ରାୟ ଫ୍ରିଲାନ୍ସ, ସେଲ୍ଫ ଡ଼େଭଲୋପମେଂଟ ପ୍ରଫେସନାଲ ଶ୍ରେଣୀ ଅନ୍ତର୍ଗତ । ଏମାନେ ଆୟ ସହ ଖର୍ଚ୍ଚ ପ୍ରତି ମଧ୍ୟ ସଜାଗ ଥାଆନ୍ତି । ଆଉ ଏହି କାରଣରୁ ଆସେ ସମସ୍ୟ ।

ଏପରି ସମସ୍ୟାରୁ ରକ୍ଷା ପାଇଁବା ପାଇଁ ତାଙ୍କୁ କଣ୍ଟିଜେନ୍ସି ଫଣ୍ଡ ତିଆରି କିରବା ପାଇଁ ପଡ଼ିବ । ଯଦ୍ୱାରା ଅଭାବ ମସମୟରେ ୩ରୁ ୬ ମାସ ଖର୍ଚ୍ଚ କରିପାରିବେ । ଏପରି ଅସୁବିଧାରୁ ରକ୍ଷା ପାଇଁ ଆପଣଙ୍କ ପାଖରେ ଫାଇନାନ୍ସିଆଲ ପ୍ଲାନ ରହିବା ଜରୁରୀ । ଉଜ୍ଜଳ ଭବିଷ୍ୟତ ପାଇଁ କିଛି ନିବେଶ କରିବା ଜରୁରୀ ଯେଉଁଠି ଭଲ ରିଟର୍ଣ୍ଣ ମିଳୁଛି । ଅନିୟମିତ ଆୟ କରୁଥିବା ବ୍ୟକ୍ତି ଏସଆପି ଜରିଆରେ ନିବେଶ ପରିବର୍ତ୍ତେ ବିଶେଜ୍ଞଙ୍କ ପରାମର୍ଶ ନେଇ ନିବେଶ କରିବା ଦରକାର । ଏପରି କରିବା ଦ୍ୱାରା ଅଧିକ ରିଟର୍ଣ୍ଣ ମିଳିବା ସହ ଭବିଷ୍ୟତ ପାଇଁ ଆଉ ଚିନ୍ତା କରିବା ପାଇଁ ପଡ଼ିବ ନାହିଁ । ତାଙ୍କୁ ନିୟମିତ ରୂପରେ ଇନଭେଷ୍ଟମେଂଟ ଓ ସେଭିଂ କରିବା ଦରକାର । ସେ ନିଜ ଟଙ୍କା ଲିକ୍ୱିଡ଼ ଫଂଡ଼ରେ ମଧ୍ୟ ନିବେଶ କରିବା ଦରକାର ।

ଏପରି ବ୍ୟକ୍ତିଙ୍କ ପାଖକୁ ଯେତେବେଳ ଅଧିକ ଟଙ୍କା ଆସେ ସେମାନେ ଖର୍ଚ୍ଚ କରି ଦିଅନ୍ତି । ଏଥିପାଇଁ ଅସୁବିଧା ବଢ଼ିଯାଏ । ତେଣୁ ଅଧିକ ଟଙ୍କା ପାଖରେ ଥିବା ସମୟରେ ଫ୍ଲାଟ କିମ୍ବା ଦୋକାନ କିଣି ଭଡ଼ାରେ ଦିଅନ୍ତୁ । ଏହାବ୍ୟତୀତ ସ୍ୱଳ୍ପ ଆୟ କରୁଥିବା ଲୋକମାନେ ପର୍ଯ୍ୟାପ୍ତ ମାତ୍ରାରେ ଇନସ୍ୟୁରାନ୍ତ କରାଇବା ଜରୁରୀ । ମେଟ୍ରୋରେ ରହୁଥିବା ଲୋକଙ୍କ ପାଖରେ ୫ ଲକ୍ଷର ଇନସ୍ୟୁରାନ୍ସ ରହିବା ନିହାତି ଦରକାର । ଯଦ୍ୱାରା ସେମାନଙ୍କୁ ଭବିଷ୍ୟତରେ ଆଉ ଚିନ୍ତା କରିବା ପାଇଁ ପଡ଼ିବ ନାହିଁ । ବ୍ୟକ୍ତିଗତ ଋଣ ଓ ଖର୍ଚ୍ଚକୁ ନିୟନ୍ତ୍ରିତ କରିବା ପାଇଁ ପଡ଼ିବ । କାରଣ ଏପରି କିରବା ଦ୍ୱାରା ଆର୍ଥିକ ବୋଡଗ ପଡ଼ିବ । ତେଣୁ ଏସବୁ ପାଇଁ ପୂର୍ବରୁ ଯୋଜନା କରିବା ପାଇଁ ପଡ଼ିବ ।