ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ରାଜ୍ୟ ସରକାରଙ୍କ ଅପିଲ : ସ୍ୱତଃ ଆଗେଇ ଆସି ନମୂନା ପରୀକ୍ଷା କରିବାକୁ ପରାମର୍ଶ । ବିଡିଓ, ତହସିଲଦାର ଓ ସରପଞ୍ଚଙ୍କୁ ଯୋଗାଯୋଗ କରି ସଙ୍ଗରୋଧରେ ରୁହନ୍ତୁ

283

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ରାଜ୍ୟ ସରକାରଙ୍କ ଅପିଲ । ନିକଟରେ ପଶ୍ଚିମବଙ୍ଗରୁ ଫେରିଥିଲେ ନମୂନା ପରୀକ୍ଷା ପାଇଁ ସ୍ୱତଃ ଆଗେଇ ଆସିବାକୁ କହିଛନ୍ତି ରାଜ୍ୟ ସରକାର । କାରଣ ସୁସ୍ଥ ଦେଖାଗଲେ ବି ପରବର୍ତ୍ତି ସମୟରେ ସଂକ୍ରମିତ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା । ତେବେ ନମୁନା ପରୀକ୍ଷା ପାଇଁ କୌଣସି ପ୍ରକାର ଖର୍ଚ୍ଚ କରିବକୁ ପଡିବନି । ରାଜ୍ୟ ସରକାର ଏ ଖର୍ଚ୍ଚ ବହନ କରିବେ ବୋଲି ସୂଚନା ଦେଇଛି ସୁସ୍ଥ ବିଭାଗ । ତେଣୁ ଯେଉଁମାନେ ଫେରିଛନ୍ତି, ସେମାନେ ବିଡିଓ, ତହସିଲଦାର ଓ ସରପଞ୍ଚଙ୍କୁ ଯୋଗାଯୋଗ କରିବା ସହ ସଙ୍ଗରୋଧରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଦିନକୁ ଦିନ ରାଜ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟରେ ଆଜି ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ବ୍ୟକ୍ତି ଜଣକ ବାଲେଶ୍ୱର ଜିଲ୍ଲାର ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହାକୁ ମିଶାଇ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ଛୁଇଁଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧ ଜଣ ସୁସ୍ଥ ହୋଇଥିବା ବେଳେ ଓଡିଶାରେ ୧୦୧ ଆକ୍ଟିଭ କେସ ରହିଛି ।

ଓଡିଶାର ଏବେ ସୁଦ୍ଧା ୧୯ ଜିଲ୍ଲାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୯ ଓ ଜଣକର ମୃତ୍ୟୁ ହୋଇଛି । ଓଡିଶାର ଯାଜପୁର ହଠାତ୍ କରୋନା ହଟସ୍ପଟ ପାଲଟିଯାଇଛି । ଯାଜପୁରରେ ଗତକାଲି ଗୋଟିଏ ଦିନରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ଛୁଇଁଛି, ଜଣେ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫ । ବାଲେଶ୍ୱରରେ ୨୦ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ଓ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୨୦ ରହିଛି । ଭଦ୍ରକରେ ୧୯ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହୋଇଛନ୍ତି ୨ ଜଣ ଓ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ୧୭ ଜଣ ।

ସୁନ୍ଦରଗଡରେ ୧୦ ଆକ୍ରାନ୍ତ ଚିହ୍ନଟ, ୫ ଆକ୍ରାନ୍ତ ସୁସ୍ଥ ଓ ଜିଲ୍ଲାରେ ୫ ସକ୍ରିୟ ସଂକ୍ରମିତ ରହିଛନ୍ତି । କେନ୍ଦ୍ରାପଡାରେ ୨ କରୋନା ପଜିଟିଭ ଚିହ୍ନଟ, ଜଣେ ସୁସ୍ଥ ଓ ଆକ୍ଟିଭ କେସ ମଧ୍ୟ ଗୋଟିଏ । ସେହିପରି କୋରାପୁଟ, ଝାରସୁଗୁଡା,ଦେବଗଡ, କେନ୍ଦୁଝରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୪ ଜିଲ୍ଲାରେ ଚିହ୍ନଟ ଆକ୍ରାନ୍ତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ-୧୯ ହସ୍ପିଟାଲରେ ଚାଲିଛି । କଳାହାଣ୍ଡିରେ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ, ଢେଙ୍କାନାଳ ଓ ପୁରୀରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇଛନ୍ତି । ଓଡିଶାର ୪ଟି ଜିଲ୍ଲା କଳାହାଣ୍ଡି, କଟକ, ଢେଙ୍କାନାଳ ଓ ପୁରୀ ଜିଲ୍ଲା କରୋନା ମୁକ୍ତ ହୋଇଛନ୍ତି ।