କରୋନା କଟକଣା ଭିତରେ ବ୍ୟାଙ୍କରେ ରହୁନି ସାମାଜିକ ଦୂରତା । ଟଙ୍କା ଉଠାଇବାକୁ ପ୍ରତିଦିନ ଲାଗୁଛି ଲମ୍ବା ଧାଡି । ଗ୍ରାମାଞ୍ଚଳରେ ଲୋକେ ପିନ୍ଧୁନାହାନ୍ତି ମାସ୍କ, କି ପାଳନ କରୁନାହାନ୍ତି ନିୟମ ।

239

କନକ ବ୍ୟୁରୋ : ଟଙ୍କା ପାଇଁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ । ଭୁଲି ଗଲେ କରୋନା କଟକଣାକୁ । ଫୁ କରି ଉଡାଇ ଦେଲେ ସାମାଜିକ ଦୂରତାକୁ । ବିଭିନ୍ନ ଯୋଜନାରେ ବ୍ୟାଙ୍କ ଖାତାକୁ ଟଙ୍କା ଆସିବା ଘୋଷଣା ପର ଠାରୁ ବ୍ୟାଙ୍କ ଗୁଡିକରେ ଦେଖିବାକୁ ମିଳୁଛି ଏପରି ଗହଳି । ଏପରି ଚିତ୍ର ଦେଖିବାକୁ ମିଳିି ଚାନ୍ଦବାଲିର ଷ୍ଟେଟବ୍ୟାଙ୍କ, ୟୁକୋ ବ୍ୟାଙ୍କ ଓ ୟୁନାଇଟେଡ୍ ବ୍ୟାଙ୍କ ଆଗରେ । ଏବେ କରୋନା କଟକଣା ପଇଁ ସାମାଜିକ ଦୂରତା ରକ୍ଷା କରିବାର ସହିତ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ହେଲେ ଧାଡିରେ ଠିଆ ହୋଇଥିବା ମହିଳାଙ୍କ ମୁହଁରେ ନାହିଁ ମାସ୍କ । କେହି କାହା ଠାରୁ ରଖିନାହାନ୍ତି ସାମାଜିକ ଦୂରତା । ବ୍ୟାଙ୍କ ଭିତରେ ଯେତିକି ଧାଡି ରହିଥିଲା , ବ୍ୟାଙ୍କ ବାହାରେ ପ୍ରାୟ ଶହେ ମିଟର ଦୂରର ଧାଡି ଦେଖିବାକୁ ମିଳିଛି । ଲୋକେ ସରକାରୀ ଟଙ୍କା ବ୍ୟାଙ୍କର ଜମା ଖାତାକୁ ଆସିଥିବା ପ୍ରଚାର ହେବା ପରେ ସରକାରୀ ସମସ୍ତ ନିୟମକୁ ଏପରି ଫୁ କରିଦେଇଥିଲେ ।

ସେପଟେ ଦେବଗଡରୁ ବି ଆସିଛି ସମାନ ଚିତ୍ର । ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଲାଗିଛି ଲମ୍ବା ଲାଇନ । ସମସ୍ତେ ଠିଆ ହୋଇଛନ୍ତି ଧାଡିରେ , କିଛି ଲୋକ ମୁହଁରେ ମାସ୍କ ବା ରୁମାଲ ଭିଡିଛନ୍ତି । ହେଲେ ଯେଉଁ କଥା ସବୁଠାରୁ ଆବଶ୍ୟକ ତାକୁ କିନ୍ତୁ ଭୁଲି ଯାଇଛନ୍ତି । ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଠିଆ ହୋଇଥିବା ଲୋକଙ୍କ ମଧ୍ୟରେ ନାହିଁ ସାମାଜିକ ଦୂରତା । ପୁରୁଷ ଓ ମହିଳା ଠିଆ ହୋଇଥିବା ଏହି ଧାଡିକୁ ଦେଖିଲେ ଯେ କେହି ବି କହିପାରିବ , ଏମାନେ କେହି କରୋନା ପାଇଁ ସଚେତନ ନୁହଁନ୍ତି । ଦେବଗଡରେ ଷ୍ଟେଟବ୍ୟାଙ୍କ , ଓରିଏଂଟାଲ ବ୍ୟାଙ୍କ ଅଫ୍ କମର୍ସ, ୟୁନିୟନ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ପିଏନବି ଆଦି ବ୍ୟାଙ୍କ ଆଗରେ ଏପରି ଗହଳି ଦେଖିବାକୁ ମିଳିଛି ।

Comments are closed.