ହଦଗଡର ହୃଦୟଥରା କାହାଣୀ : ଅତି ବିପଜ୍ଜନକ ଭାବେ ହୁଲି ଡଙ୍ଗାରେ ଜଳଯାତ୍ରା କରୁଛନ୍ତି ଦୁଇଟି ଗାଁର ମଣିଷ

98

କନକ ବ୍ୟୁରୋ : ୮ କିଲୋମିଟର ଜଳ ଯାତ୍ରା ପରେ ପଡିବ ପଂଚାୟତ । ଗାଁକୁ ରାସ୍ତା ନଥିବାରୁ ହୁଲି ଡଙ୍ଗାରେ ୪୨ ବର୍ଷ ହେବ ଡ୍ୟାମ୍ ପାର ହେଉଛନ୍ତି ଦୁଇଟି ଗାଁର ମଣିଷ । ଗମନା ଗମନ ସୁବିଧା ନଥିବାରୁ ସରକାରୀ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି ଗ୍ରାମବାସୀ । ଶିକ୍ଷା, ସ୍ୱାସ୍ଥ୍ୟ ସହ ଅନ୍ୟାନ୍ୟ ସରକାରୀ ଯୋଜନା ଏମାନଙ୍କ ପାଇଁ ପାଲଟିଛି ସାତ ସପନ ।

ସରୁ ସାପୁଆ ଡଙ୍ଗାରେ ନଦୀ ପାର ହେଉଛି ଜୀବନ । କେନ୍ଦୁଝର ଜିଲ୍ଲା ହଦଗଡ ନଦୀବନ୍ଧରେ ଅତି ବିପଜ୍ଜନକ ଅବସ୍ଥାରେ ପାରି ହେଉଛନ୍ତି ଲୋକେ । ଏମିତି ସବୁ ଦିନ ହୁଲି ଡଙ୍ଗାରେ ସାଳନ୍ଦୀ ନଦୀ ପାର ହୋଇଥାନ୍ତି ହଦଗଡ ପଂଚାୟତର ୨ଟି ଗାଁର ମଣିଷ । ସାଳନ୍ଦୀ ନଦୀ ଆରପଟେ ଥିବା ଦଲକୀ ଓ ପିତାନାଉର ଗାଁ ଲୋକ ପିଡିଏସ ସାମଗ୍ରୀ ହେଉବା ଅତିଆବଶ୍ୟକୟୀ ସାମଗ୍ରୀ ପାଇଁ ପ୍ରତିଦିନ ଏମିତି ୮ କିଲୋମିଟର ଜଳଯାତ୍ରା କରିଥାନ୍ତି ।

୧୯୭୬ ମସିହାରୁ ସାଳନ୍ଦୀ ନଦୀକୁ ବାନ୍ଧି ହଦଗଡ ଡ୍ୟାମ୍ କରାଯାଇଛି । ଏହି ଡ୍ୟାମ୍ କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ୨୬୨ ହାଜର ଏକ ଚାଷ ଜମିରେ ଜଳସେଚନ ପାଇଁ ଉଦ୍ଧିଷ୍ଟ । ଆଉ ଏହି ଡ୍ୟାମ୍ ପାଇଁ ବିସ୍ଥାପିତ ହୋଇ ସାଳନ୍ଦୀ ନଦୀ ଆରପଟେ ଜଳବନ୍ଦୀ ଜୀବନ ବିତାଉଛନ୍ତି ଦଲକୀ ଓ ପିତାନାଉର ଲୋକେ । ସେପଟେ ବିସ୍ଥାପିତଙ୍କ ସମସ୍ୟା ଦିଗରେ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଆନନ୍ଦପୁର ଜିଲ୍ଲାପାଳ । ହୁଲି ଡଙ୍ଗାରେ ଜୀବନ ବୋହୁଥିବା ଏଠାକାର ମଣିଷଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସରକାରୀ ଯୋଜନା ସାତ ସପନ ।