ମୁମ୍ବାଇରେ ପ୍ରବଳରୁ ଅତିପ୍ରବଳ ବର୍ଷା : ଟ୍ରାକରେ ଫଶିଲା ମହାଲକ୍ଷ୍ମୀ ଏକ୍ସପ୍ରେସ,ଉଦ୍ଧାର ଅପେକ୍ଷାରେ ଶହ ଶହ ଯାତ୍ରୀ 

489

କନକ ବ୍ୟୁରୋ : ମାୟାନଗରୀ ମୁମ୍ବାଇରେ ପ୍ରବଳରୁ ଅତିପ୍ରବଳ ବର୍ଷା । ଲଗାତର ବର୍ଷା ଯୋଗୁଁ ଏକ ପ୍ରକାର ଜଳବନ୍ଦୀ ହୋଇଯାଇଛି ମୁମ୍ବାଇ । ସବୁବେଳେ ଚଳଚଞ୍ଚଳ ମୁମ୍ବାଇ ସହରରେ ଏବେ ସବୁଆଡେ ପାଣି ଓ ପାଣି । ୨୪ ଘଂଟା ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବାପରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଅଧିକାଂଶ ସ୍ଥାନରେ ପ୍ରବଳ ପାଣି ଜମିରହିଛି । ରାସ୍ତା ଉପରେ ପାଣି ରହିଥିବା କାରଣରୁ ଗାଡି ଚଳାଚଳ ମଧ୍ୟ ବ୍ୟାଘତ ହୋଇଛି ।

ପ୍ରବଳ ବର୍ଷାରେ ଟ୍ରାକରେ ଫସିଲା ମୁମ୍ୱାଇ କୋହ୍ଲାପୁର ମହାଲକ୍ଷ୍ମୀ ଏକ୍ସପ୍ରେସ । ଟ୍ରାକ୍ ଉପରେ ଚାଲୁଛି ୨ ଫୁଟ ଉଚ୍ଚରେ ପାଣି ।  ଟ୍ରେନରେ ପାଖାପାଖି ୭୦୦ ଯାତ୍ରୀ ଥିବାବେଳେ ସେଥିରୁ ୩୦୦ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।  ଇଣ୍ଡିଆନ୍ ନେଭି ଓ ଏନଡିଆରଏଫ୍ ଟିମ୍ ଉଦ୍ଧାର କାମରେ ଲାଗିଛି । ଜଣେ ଯାତ୍ରୀଙ୍କ ଠାରୁ ମିଳିଥିବା ଭିଡିଓରେ ଦେଖାଯାଉଛି ଟ୍ରେନଟି କୂଳ ଲଙ୍ଘିଥିବା ନଈ ନିକଟରେ ଅଟକି ରହିଛି । ଫସିଥିବା ଯାତ୍ରୀଙ୍କୁ ଖାଦ୍ୟ ବିତରଣ କରାଯଇଛି । ଟ୍ରେନରେ ଥିବା ଯାତ୍ରୀ ମାନଙ୍କୁ ଟ୍ରେନରୁ ନଓହ୍ଲାଇବା ଅପିଲ କରିଛି ସେଣ୍ଟ୍ରାଲ ରେଲୱେ ।

ଏହାବ୍ୟତବତୀତ ପ୍ରବଳ ବର୍ଷା କାରଣରୁ ୧୩ ରେଳଗାଡ଼ିର ଦିଗ ବଦଳାଇ ଦିଆଯାଇଛି । ଅନ୍ୟପଟେ ୨ଟି ଟ୍ରେନକୁ ବାତିଲ୍ କୟରାଯାଇଛି ।  ତେବେ ଚଳିତଥର ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର ମାୟାନଗରୀରେ ଏପରି ଭାବରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି ।  ଏପରି ସମୟରେ ଅନେକ ତଳିଆ ଘରେ ମଧ୍ୟ ପାଣି ପଶିଥିବା ଦେଖିବାକୁ ମିଳିଛି । ଘରେ ପାଣି ପଶିବାକ କାରଣରୁ କେତେ ଲୋକ ରାସ୍ତା କିମ୍ବା ଉଚ୍ଚସ୍ଥାନକୁ ନିଜ ପରିବାର ସହ ଯାଇଥିବା ନେଇ ସୂଚନା ମିଳିଛି ।