ବାହାରୁ ଆସିଥିବା ଲୋକଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅପିଲ୍ : ଲକ୍ଷଣ ଦେଖା ଦେଉନଥିଲେ ବି ପରୀକ୍ଷା କରାଇବାକୁ ସରକାରଙ୍କ ନିବେଦନ

440

କନକ ବ୍ୟୁରୋ : ରାଜ୍ୟ ତଥା ଦେଶ ବାହାରୁ ଫେରିଥିବା ଲୋକଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅପିଲ୍ । ବାରାର ରାଜ୍ୟରୁ ଫେରିଥିବା ବ୍ୟକ୍ତି ସଂକ୍ରମିତ ହୋଇଥାଇ ପାରନ୍ତି । କାରଣ ପାଖାପାଖି ୮୦ ପ୍ରତିଶତ ପଜିଟିଭ୍ କେସରେ କୌଣସି ଲକ୍ଷଣ ଦେଖିବାକୁ ମିଳୁନି । ତଥାପି ପରୀକ୍ଷା ପରେ ସେମାନଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସୁଛି । କୌଣସି ଲକ୍ଷଣ ପ୍ରକାଶ ନପାଇଲେ ମଧ୍ୟ କରୋନା ପରୀକ୍ଷା କରାଇ ନିଅନ୍ତୁ ବୋଲି କୁହାଯାଇଛି । ନିଜ ପରିବାରର ସୁରକ୍ଷା ନିଜ ହାତରେ । ପରିବାର, ଗାଁ ତଥା ସମାଜ ପାଇଁ ବାହାର ଫେରନ୍ତା ପରୀକ୍ଷା କରାଇ ନିଅନ୍ତୁ । ତେବେ ସମସ୍ତ ପରୀକ୍ଷା ମାଗଣାରେ କରାଯିବ ବୋଲି ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ପୁଣି ଭଦ୍ରକ ଜିଲ୍ଲାରୁ ତିନି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ତିନି ଜଣଙ୍କର ପଶ୍ଚିମବଙ୍ଗ ଲିଙ୍ଗ ରହିଥିବା କଥା ଜାଣିବା ପରେ ରାଜ୍ୟ ସରକାର ଉଦବେଗ ପ୍ରକାଶ କରିଛନ୍ତି । ଏହି ୩ ଜଣ ଆଗରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କର ସହଯାତ୍ରୀ ଥିଲେ । ୩ ଜଣ ଆକ୍ରାନ୍ତଙ୍କର ମଧ୍ୟ କୋଲକାତା ଲିଙ୍କ୍ ବୋଲି ସ୍ପଷ୍ଟ କରିଛିି ରାଜ୍ୟ ସରକାର ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ।

ସେପଟେ ଭଦ୍ରକରେ ଆଉ ୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ୩ଟି ପଂଚାୟତକୁ କଂଟେନମେଂଟ ଜୋନ୍ ଘୋଷଣା କରି ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଏହି ୩ ଜଣ ଆକ୍ରାନ୍ତ ଭଦ୍ରକ ବାସୁଦେବପୁର ଅଂଚଳର ରଳୁଙ୍ଗା ପଂଚାୟତ , ଅଢୁଆଁ , ଲଖମୀଦାଶପୁର ପଂଚାୟତକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଏହି ସବୁ ଅଂଚଳକୁ ସିଲ୍ କରି କଡା ନଜର ରଖିଛି ଭଦ୍ରକ ଜିଲ୍ଲା ପ୍ରଶାସନ ।