ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର : ଡାକ୍ତର ସାମ୍ନାରେ ପିଅନ୍ ପକାଇଲେ ଷ୍ଟିଚ୍ 

127

ସ୍ୱାସ୍ଥ୍ୟସେବାର ବିଚିତ୍ର ନମୁନା । ଡାକ୍ତରଙ୍କ ଉପସ୍ଥିତିରେ ରୋଗୀଙ୍କ ଷ୍ଟିଚ୍ ପକାଇଛନ୍ତି ପିଅନ୍ । ଏହା କୌଣସି ବେସରକାରୀ ହସ୍ପିଟାଲ ନୁହେଁ ବରଂ ସରକାରୀ ହସ୍ପିଟାଲରେ ଘଟିଛି ଘଟଣା । ହରିୟାଣାର ଏକ ସରକାରୀ ହସ୍ପିଟାଲରେ ଘଟଣା ଘଟିଛି ।  ହରିୟାଣା ରୋହତକ ସିଭିଲ ହସ୍ପିଟାଲର ପିଅନ ରୋଗୀଙ୍କ ଘାରେ ଷ୍ଟିଚ ପକାଇଛନ୍ତି ତାହା ବି ପୁଣି ବିନା ପେନକିଲରରେ ।

ରୋଗୀ ଜଣକ କହିଛନ୍ତି ଡାକ୍ତର ଜଣକ ତାଙ୍କୁ ଥରେ ଖାଲି ଦେଖିଦେଇଯାଇଥିଲେ । କୌଣସି ପେନକିଲର ଦେଇନଥିଲେ । ରକ୍ତସ୍ରାବ ଲଗାତାର ହେଉଥିଲା, ହେଲେ ସେଥିପାଇଁ ଡାକ୍ତରଙ୍କ ନିଘା ନଥିଲା । ଆଉ ତା’ରେ ପିଅନ୍ ଜଣକ ଆସି ଷ୍ଟିଚ୍ ପକାଇଥିଲେ, ଆଉ ଗୋଟିଏ କୋଣରେ ଥାଇ ଡାକ୍ତର ସବୁ ଦେଖୁଥିଲେ । ରୋଗୀ ଜଣକ ନିରୁପାୟ ହୋଇ ସବୁ ସତ କିଛି କରିପାରିନଥିଲେ । ତେବେ ପରେ ଆଉ ଜଣେ ଡାକ୍ତରଙ୍କ ପାଖରେ ଦେଖାଇବା ପରେ ଜଣାପଡ଼ିଲା ଷ୍ଟିଚ୍ ଠିକରେ ପଡ଼ିନାହିଁ । ତେଣୁ ରୋଗୀ ବାଧ୍ୟ ହୋଇ ଆଉ ଥରେ ଚିକିତ୍ସା କରାଇଥିଲେ ।

ସେହି ସମୟରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିବା ଆଉ ଜଣେ ରୋଗୀ ନିଜ ମୋବାଇଲରେ  ଦୃଶ୍ୟକୁ କଏଦ କରିଥିଲେ । ଏହାପରେ ଏହି ଘଟଣାଟି ଭାଇରାଲ ହେବାରେ ଲାଗିଛି  । ସେପଟେ ଏହି ଘଟଣାକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମମୋହରଲାଲ ଖଟ୍ଟର ସଫେଇ ଦେଇଛନ୍ତି  । ଏହି ଘଟଣାରେ ଭୁଲ ମାନିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।