କଂଗ୍ରେସ ଛାଡ଼ିଲେ ପିସିସି ମୁଖପାତ୍ର ସୋନାଲି ସାହୁ ! ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର

584

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ କଂଗ୍ରେସକୁ ଶକ୍ତ ଝଟକା । ଗୋଟିଏ ପଟେ ଚାଲିଛି ମତଦାନ ଆଉ ଏହି ଘଡ଼ିସନ୍ଧି ମୁହର୍ତ୍ତରେ ଦଳ ଛାଡ଼ିଛନ୍ତି କଂଗ୍ରେସ ନେତ୍ରୀ  ।  କଂଗ୍ରେସରୁ ଇସ୍ତଫା ଦେଲେ ପିସିସି ମୁଖପାତ୍ର ସୋନାଲି ସାହୁ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ଇସ୍ତାଫା ପତ୍ର ପଠାଇଲେ ସୋନାଲି । ଦଳର କାର୍ଯ୍ୟଧାରାରେ ଅସନ୍ତୋଷ ପ୍ରକାଶ କରି ତଥା ପାର୍ଟିର ନେତୃତ୍ୱ ଉପରେ ପ୍ରଶ୍ନ କରି ଦଳ ଛାଡ଼ିଲେ  ।

ଟିକେଟ ବଂଟନରେ ଅସନ୍ତୁଷ୍ଟ ହୋଇ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସୋନାଲି ଖୋର୍ଦ୍ଧା ବିଧାନସଭା ପାଇଁ ଟିକେଟ ଆଶାୟୀ ଥିବା ବେଳେ ତାଙ୍କୁ ଟିକେଟ ପ୍ରଦାନ କରାଯାଇନଥିଲା । ତେଣୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବୋଲି ସୂଚନା ମିଳିଛି । ତେବେ କଂଗ୍ରେସ ଛାଡ଼ିବା ପରେ କେଉଁ ଦଳରେ ମିଶିବ ଏବଂ ଆଗାମୀ ରାଜନୈତିକ ପଦକ୍ଷେପ କ’ଣ ରହିବ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି ।

ମତଦାନ ପୂର୍ବରୁ ଚାଲିଥିଲା ଦଳଡ଼ିଆ ପର୍ବ । ହେଲେ ଆଜି ମତଦାନ ଚାଲିଥିବା ବେଳେ ସୋନାଲି ଦଳ ଛାଡ଼ିବା ପରେ କଂଗ୍ରେସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ନିର୍ବାଚନୀ ମହାସମର ସମୟରେ ଦଳ ଛାଡ଼ିବା କଂଗ୍ରେସ ପାଇଁ କୌଣସି ଦିଗରୁ ଶୁଭଙ୍କର ନୁହେଁ । ସୂଚନାଯୋଗ୍ୟ ରାଜ୍ୟରେ କଂଗ୍ରେସ ପ୍ରାର୍ଥୀ ଟିକେଟ ପାଇବା ବି ପରେ ଦଳ ଛାଡ଼ିଛନ୍ତି । ନିର୍ବାଚନ ପୂର୍ବରୁ ଅନେକ ନେତା ଟିକେଟ ଫେରାଇ ଅନ୍ୟ ଦଳରେ ସାମିଲ ହେବାର ନଜିର ମଧ୍ୟ ରହିଛି ।