ପାର୍ସଲ ବୋମାର ଖଳନାୟକ ପୁଞ୍ଜିଲାଲକୁ ଜାମିନ୍ : ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କଲେ ହାଇକୋର୍ଟ

350

କନକ ବ୍ୟୁରୋ : ପୁଞ୍ଜିଲାଲକୁ ସର୍ତ୍ତମୂଳକ ଜାମିନ୍ । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲକୁ ମେହରକୁ ମିଳିଲା ସର୍ତ୍ତମୂଳକ ଜାମିନ୍ । ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାପାଇଁ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ୨୪ରୁ ୨୬ ଯାଏଁ, ୪ ଦିନ ପାଇଁ ଜାମିନ୍ ମଞ୍ଜୁର କଲେ ହାଇକୋର୍ଟ ।

ଗତ କିଛି ଦିନ ପୂର୍ବରୁ ପୋଲିସ ଓ ଗଣମାଧ୍ୟରେ ବର୍ଷିଥିବା ପୁଞ୍ଜିଲାଲକୁ ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ଜାମିନ୍ ମିଳିଛି । ୨୪ ତାରିଖରେ ଯାଇ ୨୮ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୮ ତାରିଖ ୧୧ଟା ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଅଭିଯୁକ୍ତ ପୁଞ୍ଜିଲାଲକୁ ଜାମିନ୍ ପ୍ରଦାନ କରିବା ସହ ଅନେକ କଡ଼ା ସର୍ତ୍ତ ରଖିଛନ୍ତି କୋର୍ଟ । ଜାମିନ୍ ଅବଧି ଭିତରେ ଗଣମାଧ୍ୟମକୁ ନଭେଟିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । କେବଳ ଏତିକି ନୁହେଁ ଏହି ଚାରି ଦିନ ଭିତରେ ବାହରକୁ ଗଲେ ସ୍ଥାନୀୟ ଅଧିକାରୀଙ୍କୁ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ପୁଞ୍ଜିଲାଲ ଉପରେ କଡ଼ା ନଜର ରଖିବା ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ହୋଇଛି ।