ସ୍ୱଦେଶରେ ସୁଲଭ ମୂଲ୍ୟରେ ହୋଇପାରିବ ରକ୍ତ କର୍କଟ ରୋଗୀଙ୍କ ଚିକିତ୍ସା ! ଏବେ ପାଟନା AIIMSରେ ତିଆରି ହେବ ରୋଗ ସହ ଲଢ଼ୁଥିବା ସେଲ୍

34

କର୍କଟ ରୋଗ ନାଁ ଶୁଣିଲେ ସମସ୍ତଙ୍କ ଛାତିରେ ଛନକା ପଶେ । ଏହା ଏତେ ଭୟଙ୍କର ଯେ ସଠିକ ସମୟସୀମା ଭିତରେ ରୋଗ ଜଣାପଡ଼ିଲେ ରୋଗୀ ନିଶ୍ଚିତ ମୃତ୍ୟୁ ମୁଖରେ ପଡ଼ନ୍ତି । ଆଉ କର୍କଟ ରୋଗର ଚିକିତ୍ସା ପାଇଁ ମଧ୍ୟ ଅନେକ ଟଙ୍କା ଖର୍ଚ୍ଚ ହୁଏ । ଯାହାଦ୍ୱାରା ସମସ୍ତେ ଚିକିତ୍ସା କରାଇପାରନ୍ତି ନାହିଁ । ସମସ୍ତଙ୍କ ପକ୍ଷେ ଏହା ସମ୍ଭବ ହୋଇପାରେ ନାହିଁ । ତେବେ ରକ୍ତ କର୍କଟକୁ ଶସ୍ତା ଓ ଭଲ ଚିକିତ୍ସା ଖୁବ ଶୀଘ୍ର ଦେଶରେ ସୁଲଭ ହୋଇଯିବ । ତେବେ ଏହି ଆଶ୍ୱସ୍ତିକର ଖବର ଆସିଛି ପାଟଣାରୁ ।

ସେଠାରେ ଥିବା ଅକ୍ଷିଳ ଭାରୀୟ ଆର୍ୟୁବିଜ୍ଞାନ ସଂସ୍ଥାନ ଏମ୍ସ କ୍ୟାନସରର ଚିକିତ୍ସା ପାଇଁ କେମୋଥେରାପି ଓ ରେଡ଼ିଓଥେରାପି ବ୍ୟତୀତ ଆଉ ଗୋଟିଏ ପାଦକୁ ଯାଇ ଯୁକ୍ତି ଉପସ୍ତାପନ କରିଛନ୍ତି । ଜେନେଟିକ ଇଞ୍ଜିନିୟରିଂ ଉପରେ ଆଧାରିତ ଇମ୍ୟୁନୋଥେରାପି ଜରିଆରେ ରକ୍ତ କର୍କଟ ରୋଗର ଚିକିତ୍ସା ଏବେ ପର୍ଯ୍ୟନ୍ତ ବିଦେଶୀ ରେ ହିଁ ସମ୍ଭବ ଥିଲା ଯାହା ବହୁ ବ୍ୟୟବହୁଳ ଥିଲା । ତେବେ ଏହା ଆମ ଦେଶରେ ସୁଲଭ ମୂଲ୍ୟରେ ହୋଇପାରିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ପାଟଣା ଏମ୍ସରେ କାର-ଟି ସେଲ (ଚିମେରିକ ଆଂଟିଜେନ୍ ରିସେପ୍ଟର-ଟ୍ୟୁମର) କୋଶିକା ପ୍ରସ୍ତୁତ କରାଯିବ ।

ଚିକିତ୍ସାର ଏହି ନୂଆ ସୁବିଧା ଅନୁସାରେ କ୍ୟାନସର ପୀଡ଼ିତ ରୋଗୀଙ୍କ ରକ୍ତକୁ ଲ୍ୟାବରେ ୨୨ ଦିନ ଭିତରେ ଲକ୍ଷ ଲକ୍ଷ ସଂଖ୍ୟାରେ କାର-ଟି ସେଲ ପ୍ରସ୍ତୁତ କରାଯିବ । ଲ୍ୟାବରେ ତିଆରି ହୋଇଥିବା ଏହି ସେଲ୍ ଶରୀରକୁ ପ୍ରବଶେ କରିବା ପରେ ଗୁଣାତ୍ମକ ବେଗ ବୃଦ୍ଧିି କରିବ ଓ ଟ୍ୟୁମର ସେଲୁକୁ ନଷ୍ଟ କରିବ ।ଏହି ଚିକିତ୍ସା ପ୍ରଣାଳୀକୁ ଇମ୍ୟୁନୋଥେରାପୀ କୁହାଯାଏ । ଯାହାଦ୍ୱାରା ଶରୀରର ପ୍ରତରୋଧୀ ତନ୍ତ୍ରରୁ କ୍ୟାନସର କୋଶିକାକୁ ସମାପ୍ତ କରିଦିଆଯାଏ । କାର-ଟି ସେଲ ଚିକିତ୍ସା ପଦ୍ଧତିକୁ ଆମେରିକା କାଲିଫର୍ଣ୍ଣିଆରେ ଉଦ୍ଭାବନ ହୋଇଥିଲା ।

ଆପଣ ସମସ୍ତେ ଜାଣନ୍ତି ରକ୍ତ କର୍କଟର ଚିକିତ୍ସା ପଦ୍ଧତି ପାଇଁ ଅନେକ ଟଙ୍କା ଖର୍ଚ୍ଚ ହୁଏ । ଅଧିକ ଟଙ୍କା ଖର୍ଚ୍ଚ ହେବା ସହ ଏହା କେବଳ ବିଦେଶରେ ହିଁ ଉପଲବ୍ଧ ହୋଇଥାଏ । ଆଉ ସେଥିପାଇଁ ପ୍ରାୟ ରୋଗୀ ମୃତ୍ୟୁ ମୁଖରେ ପଡ଼ନ୍ତି । ବ୍ଲଡ଼ କ୍ୟାନସରର ରୋଗୀ ଚିକିତ୍ସା ପାଇଁ ୩.୨୦ କୋଟି ଖର୍ଚ୍ଚ କରିବା ପାଇଁ ପଡ଼େ । ପ୍ରାରମ୍ଭିବ ଆକଳନ ଅନୁସାରେ ବିଦେଶରେ ପାଟଣା ଏମ୍ସରେ ଏହି ରୋଗର ଚିହିତ୍ସା ପାଇଁ ମାତ୍ର ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଯଦି ଏପରି ସମ୍ଭବ ହୁଏ ତେବେ ଦେଶବାସୀ ନିଶ୍ଚିତ ଉପକୃତ ହେବେ ।