ପାଟକୁରା ଫୈସଲା : ଷଷ୍ଠ ରାଉଣ୍ଡ ସୁଦ୍ଧା ଲଗାତାର ବିଜେଡ଼ି ଆଗୁଆ , ସବୁଜ ଶିବିରରେ ଉତ୍ସାହ

301

କନକ ବ୍ୟୁରୋ : ପାଟକୁରା ଯୁଦ୍ଧରେ ଚାଲିଛି ବିଜେପି ବିଜେଡ଼ି କଡ଼ା ଟକ୍କର । କଂଗ୍ରେସ କିନ୍ତୁ ଆଶାନୁରୂପ ପ୍ରଦର୍ଶନ କରିପାରି ନାହିଁ । ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ରାଉଣ୍ଡରେ ଶଙ୍ଖ ଦଳ ଲଗାତାର ବାଜି ମାରିନେଇଛନ୍ତି । ଷଷ୍ଠ ରାଉଣ୍ଡ ସୁଦ୍ଧା ମଧ୍ୟ ବିଜେଡ଼ି ଆଗୁଆ ରହିଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁସାରେ ଷଷ୍ଠ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ମିଳିଛି ୬୦୧୨ ଖଣ୍ଡ ଭୋଟ୍ । ଅନ୍ୟପଟେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଖାତାକୁ ଯାଇଛି ୪୧୫୩ ଭୋଟ୍ । ଏହାସହ କଂଗ୍ରେସକୁ ମିଳିଛି ମାତ୍ର ୧୬୨ ଖଣ୍ଡ ଭୋଟ୍ । ଷଷ୍ଠ ରାଉଣ୍ଡରେ ନୋଟାରେ ପଡ଼ିଛି ୨୭ ଖଣ୍ଡ ଭୋଟ୍ ।

୬ଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ୧୦୫୩୨ ଭୋଟରେ ଆଗୁଆ ରହିଛି ବିଜେଡି । ୬ଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୩୬୬୧୨ ଭୋଟ ମିଳିଥିବା ବେଳେ,ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ମିଳିଛି ୨୬୦୮୦ ଖଣ୍ଡ ଭୋଟ୍ । ସେହିଭଳି କଂଗ୍ରେସ ୯୮୨ ଭୋଟ ପାଇଥିବା ବେଳେ ନୋଟାରେ ପଡିଛି ୧୭୪ ଭୋଟ ।

ପାଟକୁରା ଟ୍ରେଣ୍ଡକୁ ଦେଖି ନେତାଙ୍କ ଛାଡ଼ି ଧଡ଼ପଡ଼ ହେଉଛି । ପାଟକୁରାରେ କିଏ ହେବ ବିଧାୟକ ? ସନ୍ଧ୍ୟା ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ । ବହୁ ପ୍ରତୀକ୍ଷିତ ପାଟକୁରା ଆସନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ସୁରକ୍ଷାରେ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି । ପାଟକୁରାରେ ୩୦୯ ଟି ବୁଥ୍ ଥିବାରୁ ଏଠାରେ ୧୮ଟି ରାଉଣ୍ଡରେ ଗଣତି ହେବ । ଏଥିପାଇଁ ୧୮ଟି ଟେବୁଲର ବ୍ୟବସ୍ଥା ହୋଇଛି ।