ଯାଜପୁରର ୩ କରୋନା ଆକ୍ରାନ୍ତଙ୍କ ତଥ୍ୟ ଆସିଲା : ୨ ଜଣ ପୁରୁଷ ଓ ଜଣେ ଯୁବତୀ ଚିହ୍ନଟ, ଜଣେ ପଶ୍ଚିମବଙ୍ଗ ଫେରନ୍ତା, ପଶ୍ଚିମବଙ୍ଗ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ ଆଉ ୨ ଜଣ

1,438

କନକ ବ୍ୟୁରୋ : ରାଜ୍ୟରେ ଆଉ ୩ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ଆସିଛି । ସମସ୍ତ ଆକ୍ରାନ୍ତର ଯାଜପୁରର । ୨ ଜଣ ପୁରୁଷ ଓ ଜଣେ ଯୁବତୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷର ଯୁବତୀ, ୫୬ ବର୍ଷର ପୁରୁଷ ଓ ୬୫ ବର୍ଷୀୟ ବୃଦ୍ଧ ଅଛନ୍ତି । ଜଣେ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ଆଉ ୨ ଜଣ ପଶ୍ଚିମବଙ୍ଗ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ । ୧୨୮ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଚିଂଛି ।

ଏବେ ସୁଦ୍ଧା ୩୧ ହଜାର ୬୯୬ଟି ସାମ୍ପଲ ପରୀକ୍ଷା କରାଯାଇଛି । ୨୪ ଘଂଟାରେ ରାଜ୍ୟରେ ୨୫ ଶହ ୮୮ ନମୁନା ପରୀକ୍ଷା ହୋଇଛି । ୮୮ଟି ଆକ୍ଟିଭ କେସ ରହିଛି । କରୋନା ଭୂତାଣୁ ସଂକ୍ରମଣରେ ୩୯ ଜଣ ଭଲ ହୋଇଛନ୍ତି । ଗତକାଲି ଗୋଟିଏ ଦିନରେ ୭ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୩ ନୂଆ ଜିଲ୍ଲା କେନ୍ଦୁଝର, ଝାରସୁଗୁଡା, ଦେବଗଡରେ ୩ ପିଜିଟିଭି ଚିହ୍ନଟ ହୋଇଥିଲେ ।

ସେପଟେ ଯାଜପୁରରେ ୩ ଆକ୍ରାନ୍ତଙ୍କ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୩୯ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ କେଶ ୮୮ ରହିଛି । ଖୋର୍ଦ୍ଧାରେ ସର୍ବାଧିକ ୪୭ ଜଣ ଥିବାବେଳେ ଯାଜପୁରରେ ୨୨, ଭଦ୍ରକ ଓ ବାଲେଶ୍ୱରରେ ୧୯ ଜଣ ଲେଖାଁଏ ଆକ୍ରାନ୍ତ ରହିଛନ୍ତି । ସେହିଭଳି ସୁନ୍ଦରଗଡର ୧୦ ଜଣ ରହିଛନ୍ତି । କେନ୍ଦ୍ରପଡାର ୨ ଜଣ ରହିଛନ୍ତି ।