ଭଦ୍ରକର ୩ ଆକ୍ରାନ୍ତଙ୍କ ତଥ୍ୟ ଆସିଲା : ଆଜି ଚିହ୍ନଟ ଆକ୍ରାନ୍ତ ଭଦ୍ରକ ବାସୁଦେବପୁର ଅଞ୍ଚଳର, ସମସ୍ତ ପଜିଟିଭଙ୍କର ରହିଛି କୋଲକାତା ଲିଙ୍କ୍

553

କନକ ବ୍ୟୁରୋ : ଆଜି ଚିହ୍ନଟ ୩ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ୍ ରହିଛି । ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ନେଇ ତଥ୍ୟ ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ସମସ୍ତ ଆକ୍ରାନ୍ତ ଭଦ୍ରକ ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଏମାନେ କୋଲକାତାରୁ ଫେରିଥିଲେ ବୋଲି ସୂଚନା ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ନୂତନ ଆକ୍ରାନ୍ତଙ୍କୁ ମିଶାଇ ବାସୁଦେବପୁରରେ ଆକ୍ରାନ୍ତଙ୍କ ସଂଖ୍ୟା୬ରେ ପହଞ୍ଚିଲା ।

ସେପଟେ ୩ ଆକ୍ରାନ୍ତଙ୍କୁ ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଅଧିକ ସୂଚନା ଜାରି ହୋଇଛି । ଚିହ୍ନଟ ହୋଇଥିବା ଏହି ୩ ଜଣ ପୁରୁଷ ବୋଲି ଜଣାପଡିଛି । ୩ ଜଣଙ୍କ ବୟସ ୩୫ ବର୍ଷ, ୪୦ ବର୍ଷ ଓ ୫୫ ବର୍ଷ । ଏହି ୩ ଜଣ ଆଗରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ ଙ୍କର ସହଯାତ୍ରୀ ଥିଲେ । ଏହି ୩ ଜଣ ଆକ୍ରାନ୍ତଙ୍କର ମଧ୍ୟ କୋଲକାତା ଲିଙ୍କ୍ ବୋଲି ସ୍ପଷ୍ଟ କରିଛିି ରାଜ୍ୟ ସରକାର ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ।

ସେପଟେ ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ଼ ନମୂନା ପରୀକ୍ଷା ହୋଇଛି । ଗତକାଲି ଗୋଟିଏ ଦିନରେ ୨୦୨୭ଟି ନମୂନା ପରୀକ୍ଷଣ କେରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩ ହଜାର ୭୭୫ଟି ସାମ୍ପଲ ଟେଷ୍ଟ ହୋଇଛି ଏବଂ ୪୯୭୫ଟି ରାପିଡ଼୍ ଆଣ୍ଟିବଡ଼ି ସାମ୍ପଲ୍ ଟେଷ୍ଟ କରାଯାଇଛି । ଆରଏମଆରସିରେ ୧୨୩୪, ଆଇଏଲଏସରେ ୧୯୨, ଏସସିବିରେ ୩୭୮, ଏମ୍ସରେ ୭୭, ଏମକେସିଜିରେ ୪୧ ସାମ୍ପଲ ପରୀକ୍ଷା ହୋଇଛି । ଅନ୍ୟପଟେ ଭୀମାସାରରେ ୩୩, ରାଉରକେଲା ଆଇଜିଏଚରେ ୫୧, ଆପୋଲେରେ ୨୧ଟି ନମୂନା ପରୀକ୍ଷା ହୋଇଛି । ଗୋଟିଏ ସ୍ୱାବ୍ ପାଇଁ ପ୍ରାୟ ୪୫୦୦ ଟଙ୍କା ଖର୍ଚ୍ଚ ହେଉଛି । ଏବଂ ଗୋଟିଏ ରକ୍ତ ନମୂନା ପରୀକ୍ଷା ପାଇଁ ୩୦୦ ଟଙ୍କା ଖର୍ଚ୍ଚ ହେଉଛି ବୋଲି ସୂଚନା ମିଳିଛି ।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତା’ତଳକୁ ଭଦ୍ରକରେ ୧୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରେ ୮ଜଣ ଯାଜପୁରରେ ୭ ଜଣ ଓ ସୁନ୍ଦରଗଡରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଓ କଳାହାଣ୍ଡିରେ ୨ ଜଣ ଲେଖାଁଏ, କଟକ, ଢେଙ୍କାନାଳ ଓ ପୁରୀରେ ଜଣେ ଲେଖାଁଏ କରୋନା ପଜଟିଭି ଚିହ୍ନଟ ହୋଇଛନ୍ତି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୧ ଥିବାବେଳେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ଜଣ ସୁସ୍ଥ ହୋଇଛନ୍ତି ।