ବଦଳୁଛି ଗୁଜରାଟ ରାଜନୀତି ସମୀକରଣ ! ବିଜେପିରେ ଯୋଗଦେବା ପରେ ହାର୍ଦ୍ଦିକ ପଟେଲ ସହେଯାଗୀଙ୍କ ୟୁ ଟର୍ଣ୍ଣ

36

କନକ ବ୍ୟୁରୋ : ହାର୍ଦ୍ଦିକ ପଟେଲଙ୍କ ପଟିଦାର ଆନ୍ଦୋଳନର ଅନ୍ୟତମ ସଦସ୍ୟ ନରେନ୍ଦ୍ର ପଟେଲ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ବିଜେପିରେ ଯୋଗଦେବାକୁ ତାଙ୍କୁ ୧ କୋଟି ଟଙ୍କା ଯଚାଯାଇଥିଲା ଓ ୧୦ ଲକ୍ଷ ଅଗ୍ରୀମ ଆକାରରେ ଦିଆଯାଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି । ଏହାସହ ସାମ୍ବାଦିକ ସମ୍ମିଳନୀରେ ୧୦ ଲକ୍ଷ ଟଙ୍କା ବି ଦେଖାଇଛନ୍ତି । ସନ୍ଧ୍ୟା ୭ଟାରେ ବିଜେପିରେ ଯୋଗଦେବା ପରେ ରାତି ୮ଟାରେ ସେ ଏହି ଅଭିଯୋଗ ଆଣିଛନ୍ତି ।

ତେବେ ବିଜେପିର କେଉଁ ନେତା କେଉଁ ପରିସ୍ଥିତିରେ ଏହି ଟଙ୍କା ଦେଲେ ସେ ନେଇ ନରେନ୍ଦ୍ର ପଟେଲ କିଛି ସ୍ପଷ୍ଟ କରିନାହାନ୍ତି । ବିଜେପିର ମିଶିବା ପରେ ଏଭଳି ଅଭିଯୋଗର କାରଣ ସମ୍ପର୍କରେ ବି ସାମ୍ବାଦିକଙ୍କ ପ୍ରଶ୍ନର ସେ କୌଣସି ଉତ୍ତର ଦେଇନଥିଲେ । ଏ ନେଇ କଂଗ୍ରେସ ଆଜି ନିର୍ବାଚନ କମିଶନଙ୍କ ନିକଟର ଅଭିଯୋଗ କରିବ ବୋଲି କହିଛି ।

ତେବେ ଗୁଜରାଟ ବିଧାନସଭା ପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାରାଥନ ଗୁଜରାଟ ଗସ୍ତ ଶେଷ ହୋଇଛି । ତେଣୁ ଆଜି ଅପରାହ୍ନରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।

ହିମାଚଳ ପ୍ରଦେଶର ନିର୍ବାଚନ ତାରିଖ ଘୋଷଣାବେଳେ ନିର୍ବାଚନ କମିଶନ ଖୁବଶୀଘ୍ର ଗୁଜରାଟ ତାରିଖ ଘୋଷଣା ହୋଇପାରେ ବୋଲି କହିଥିଲେ । ହିମାଚଳ ପ୍ରଦେଶ ଓ ଗୁଜରାଟ ବିଧାନସଭା ନିର୍ବାଚନର ଗଣତି ୧୮ ଡିସେମ୍ବରରେ ହେବ । ତେଣୁ ଏହା ପୂର୍ବରୁ ଗୁଜରାଟରେ ନିର୍ବାଚନ ହୋଇପାରେ ବୋଲି ଆଶା କରାଯାଉଛି । ହିମାଚଳ ପ୍ରଦେଶ ତାରିଖ ଘୋଷଣାବେଳେ ଗୁଜରାଟ ତାରିଖ ଘୋଷଣା ହୋଇନଥିଲା । ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ଗତକାଲି ଗୁଜରାଟ ଗୃବେଳେ ପ୍ରଧାନମନ୍ତ୍ରୀ ନିର୍ବାଚନ କମିଶନଙ୍କ ସପକ୍ଷରେ କହିଥିଲେ । ସେ କହିଥିଲେ , ମୋ ଗୁଜରାଟ ଗସ୍ତକୁ ବିରୋଧୀ ସହିପାରୁନାହାନ୍ତି । ଆଉ ମୋତେ ଆକ୍ରମଣ କରିନପାରି ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରୁଛନ୍ତି । ହିମାଚଳ ବିଧାନସଭାର କାର୍ଯ୍ୟକାଳ ୭ ଜାନୁଆରୀରେ ସରୁଥିବାବେଳେ ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଜାନୁଆରୀ ୨୨ରେ ସରୁଛି ।