କରୋନା ଔଷଧର ମୂଲ୍ୟ ମାତ୍ର ୬୦୦ ଟଙ୍କା । ଗରିବଙ୍କୁ ମାଗଣାରେ ଯୋଗାଇ ଦିଆଯିବ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ । ସଂକ୍ରମଣ ବଢ଼ୁଥିବା ବେଳେ ଘୋଷଣା କଲେ ଯୋଗଗୁରୁ ରାମଦେବ ବାବା

2,057

କନକ ବ୍ୟୁରୋ : ମାତ୍ର ୬୦୦ ଟଙ୍କାରେ ଉପଲବ୍ଧ ହେବ କରୋନା ଔଷଧ । ଗରିବଙ୍କୁ ମାଗଣାରେ ଯୋଗାଇ ଦିଆଯିବ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ । ସଂକ୍ରମଣ ବଢ଼ୁଥିବା ବେଳେ ଘୋଷଣା କଲେ ଯୋଗଗୁରୁ ରାମଦେବ ବାବା । ଶେଷରେ ସବୁଦେଶକୁ ପଛରେ ପକାଇ ଭାରତରେ ପ୍ରସ୍ତୁତ ହେଲା କରୋନା ଔଷଧ । ଜଡ଼ିବୁଟି ଦ୍ୱାରା ହେବ କରୋନାର ଅନ୍ତ । ପତଞ୍ଜଳିର ଡାକ୍ତରଙ୍କ ଦ୍ୱାରା ପ୍ରସ୍ତୁତ ହେଲା କରୋନାର ରାମବାଣ ଔଷଧ । ବାବା ରାମଦେବ ଲଞ୍ଚ କଲେ କରୋନିଲ୍ ଔଷଧ । ପତଞ୍ଜଳି ଲ୍ୟାବରେ ୫୦୦ ବୈଜ୍ଞାନିକ ସହଯୋଗରେ ଏହି ଔଷଧ ବିକଶିତ ହୋଇଛି । ସଂକ୍ରମଣ ବଢ଼ୁଥିବା ବେଳେ ତାଲାବନ୍ଦରେ କେବଳ କର୍ଫ୍ୟୁ ଦିନକୁ ଛାଡ଼ି ପତଞ୍ଜଳିର ବୈଜ୍ଞାନିକ ମାନେ ଦିନ ରାତି ଏକ କରି ରିସର୍ଚ୍ଚ କରୁଥିଲେ । ଅନେକ ପରିଶ୍ରମ ପରେ ତିଆରି ହେଲା କରୋନାର ଆୟୁର୍ବେଦିକ ଔଷଧ ।

କରୋନାର ଗମ୍ଭୀର ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଏହି ଔଷଧ ପ୍ରସ୍ତୁତ କରାଯାଇଛି । ତେବେ ଯେଉଁମାନେ ନିକଟରେ ବିଶେଷ ଭାବେ ଲକ୍ଷଣ ଦେଖାଯାଉନାହିଁ ସେମାନେ ମଧ୍ୟ କରୋନିଲ୍ ଔଷଧ ସେବନ କରିପାରିବେ । ବାବା ରାମଦେବ ଦାବି କରିଛନ୍ତି , ଦିଲ୍ଲୀ ଠାରୁ ଆରମ୍ଭ କରି ଅନେକ ସହରରେ କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡ଼ି କରାଯାଇ ଏହି ଔଷଧ ପ୍ରସ୍ତୁତ ହୋଇଛି । ପାଖାପାଖି ୨୮୦ ରୋଗୀଙ୍କୁ ନେଇ ଏହି ଔଷଧର ପରୀକ୍ଷା ହୋଇଥିଲା । କ୍ଲିନିକାଲ ରେଜଲ୍ଟ ଅନୁସାରେ କରୋନିଲ ସେବନ ପରେ ୧୦୦ ପ୍ରତିଶତ ରୋଗୀଙ୍କ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ହାର ଶୂନ୍ୟ ରହିଛି । ଆଉ ସବୁଠାରୁ ବଡ଼ କଥା ହେଲା ମାତ୍ର ୩ ଦିନ ଭିତରେ ୬୯ ପ୍ରତିଶତ ରୋଗୀ ସୁସ୍ଥ ହୋଇଯାଉଥିବା ବେଳେ ସାତ ଦିନ ଭିତରେ ୧୦୦ ପ୍ରତିଶତ ରୋଗୀ ଠିକ ହୋଇଥିବା ଦାବି କରିଛନ୍ତି ଯୋଗଗୁରୁ ।

ଅନ୍ୟପଟେ ଅର୍ଥ ପାଇଁ ନୁହେଁ ମାନବ ପୀଡ଼ା ହରିବା ପାଇଁ ଏହି ଔଷଧ ପ୍ରସ୍ତୁତ ହୋକରାଯାଇଥିବା କହିଛନ୍ତି ଆଚାର୍ଯ୍ୟ ବାଳକୃଷ୍ଣ ଏହି ଔଷଧ । ଗରିବ ଲୋକଙ୍କ ନିକଟରେ ମାଗଣାରେ କରୋନିଲ୍ ଔଷଧ ପହଞ୍ଚାଇବା ପାଇଁ ମଧ୍ୟ ପ୍ରୟାସ ଆରମ୍ଭ କରାଯିବ । କେବଳ ଏତିକି ନୁହେଁ ଖୁବ ଶୀଘ୍ର ଇ-କମର୍ସ ପ୍ଲାଟଫର୍ମରେ ପତଞ୍ଜଳିର କରୋନା ଔଷଧ ଉପଲବ୍ଧ ହେବ ବୋଲି ସେ କରିଛନ୍ତି । କହିଛନ୍ତି କରୋନା ଭୂତାଣୁର ଔଷଧ ବାହାର କରିବାରେ କମ୍ପାନୀ ସଫଳ ହୋଇଥିବା ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି ବାବା ରାମଦେବ ।