୫୦୦ ପ୍ରଶିକ୍ଷିତ ସାଧୁଙ୍କ ହାତରେ ରହିବ ପତଞ୍ଜଳୀ ସାମ୍ରାଜ୍ୟର ମାଲିକାନା ! ଘୋଷଣା କଲେ ବାବା ରାମଦେବ

23

କନକ ବ୍ୟୁରୋ : ଦେଶର କ୍ରମବର୍ଦ୍ଧିଷ୍ଣୁ ଉପଭୋକ୍ତା ବଜାରରେ ନିଜର ପ୍ରଭାବ ବିସ୍ତାର କରି ଚାଲିଛି ପତଞ୍ଜଳୀ । ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ପହଞ୍ଚି ଗଲାଣି ପତଞ୍ଜଳୀର ବିଭିନ୍ନ ଶ୍ରେଣୀର ଉତ୍ପାଦ । ଏହାର ପ୍ରତିଷ୍ଠତା ବାବା ରାମଦେବ ପ୍ରକାଶ କରିଛନ୍ତି ଯେ ଆସନ୍ତା ୪ ବର୍ଷ ମଧ୍ୟରେ ସେ ପତଞ୍ଜଳୀକୁ ଉପଭୋକ୍ତା ବଜାରର ସବୁଠାରୁ ବଡ ବ୍ରାଣ୍ଡ ଭାବେ ଗଢିତୋଳିବେ । ୧୦,୦୦୦ କୋଟି ଟଙ୍କାର ପତଞ୍ଜଳୀ ଗ୍ରୁପ୍‌ର ପରବର୍ତ୍ତୀ ମାଲିକନା କାହା ହାତରେ ରହିବ ସେ ନେଇ ବାବା ରାମଦେବ ତାଙ୍କର ଯୋଜନା ସଂପର୍କରେ ଘୋଷଣା କରିଛନ୍ତି । ସେ କହିଛନ୍ତି ତାଙ୍କ ଦ୍ୱାରା ପ୍ରଶିକ୍ଷିତ ୫୦୦ ସାଧୁଙ୍କ ହାତରେ ପତଞ୍ଜଳୀ ଗ୍ରୁପର ମାଲିକାନା ରହିବ।

ramdev babaଏକ ଟେଲିଭିଜନ୍‌ ଚାନେଲ୍‌ର ଟକ୍‌ ସୋ’ରେ ଯୋଗ ଦେଇ ସେ କହିଛନ୍ତି, ଆସନ୍ତା ୨ ବର୍ଷ ମଧ୍ୟରେ ‘ପତଞ୍ଜଳୀ’ର ଉତ୍ପାଦନ କ୍ଷମତା ୧ ଲକ୍ଷ କୋଟିରେ ପହଞ୍ଚିବାର ଯୋଜନା ରହିଛିି । ବର୍ତ୍ତମାନ ପତଞ୍ଜଳୀର ହରିଦ୍ୱାର କାରଖାନାରେ ୧୫,୦୦୦ କୋଟିର ଉତ୍ପାଦ ପ୍ରସ୍ତୁତ ହୋଇ ପାରୁଥିବା ବେଳେ ତେଜ୍‌ପୁର ଉତ୍ପାଦନ କେନ୍ଦ୍ରରେ ୨୫,୦୦୦ କୋଟିର ଉତ୍ପାଦ ତିଆରି ହେଉଛି । ଉତ୍ପାଦନ ବଢ଼ାଇବା ଲାଗି ପତଞ୍ଜଳୀ ନୋଏଡା, ନାଗପୁର. ଇନ୍ଦୋର ଓ ଆନ୍ଦ୍ରପ୍ରଦେଶରେ ଏହାର ନିଜସ୍ୱ ଉତ୍ପାଦନ କେନ୍ଦ୍ର ଖୋଲିବାକୁ ଯାଉଛିି । ଏଥିସହ ଆମର ୫୦ଟି କ୍ଷୁଦ୍ର ୟୁନିଟ୍‌ ରହିଛି ଯେଉଁଠି କେବଳ ଖାଇବା ତେଲ ଓ ଲୁଣ ଇତ୍ୟାଦି ତିଆରି ହେଉଛି । ଯଦି ବି ଆମେ ଆମର ଲକ୍ଷ ମୁତାବକ ୧ ଲକ୍ଷ କୋଟିର ଉତ୍ପାଦ ପ୍ରସ୍ତୁତ କରି ବଜାରକୁ ଛାଡୁ । ତେବେ ସମୁଦାୟ ବଜାରର ୧୦ ପ୍ରତିଶତ ହିଁ ଆମ ହାତକୁ ଆସିବ ବୋଲି ଯୋଗଗୁରୁ ରାମଦେବ କହିଛନ୍ତି ।

ଏଥିସହ ବାବା ପ୍ରକାଶ କରିଛନ୍ତି କି ପତଞ୍ଜଳୀ ଜିନ୍‌ସ, ଟ୍ରାଉଜର୍‌, କୁର୍ତ୍ତା, ସାର୍ଟ, ସୁଟିଙ୍ଗ୍‌, ଖେଳ ପୋଷାକ ଏବଂramdev baba ଯୋଗ ପୋଷାକ ପ୍ରସ୍ତୁତ କରି ବଜାରକୁ ଛାଡିବ । ଅନ୍ୟପକ୍ଷରେ ଟେଲିଭିଜନ୍‌ ସୋ’ ଜରିଆରେ ରାମଦେବ ଦେଶୀ ଗାଈ ଘିଅ ଏବଂ ଲହୁଣୀ ଉପରେ ୧୨ ପ୍ରତିଶତ ଜିଏସ୍‌ଟିକୁ କମାଇବା ଲାଗି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ସେ ଚାଇନା ତିଆରି ସାମଗ୍ରୀ ଏବଂ ବିଦେଶୀ ସାମଗ୍ରୀକୁ ବର୍ଜନ କରିବାକୁ ଆହ୍ଵାନ କରିଛନ୍ତି । ଭାରତୀୟ ସାମଗ୍ରୀକୁ ବହୁଳ ପରିମାଣରେ ବିଦେଶକୁ ରପ୍ତାନୀ କରିବାକୁ ଅନୁରୋଧ କରିଛନ୍ତି ।

ବାବା ରାମଦେବ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି କି ପତଞ୍ଜଳୀ ଗରିବ ଦେଶଗୁଡିକୁ ଶୋଷଣ କରିବ ନାହିଁ, ବାଂଲାଦେଶ, ନେପାଳ, ପାକିସ୍ତାନ ଓ ଆଫ୍ରିକୀୟ ଦେଶ ଭଳି ଆର୍ଥିକ ଦୁର୍ବଳ ଦେଶରେ ବ୍ୟବସାୟରୁ ପତଞ୍ଜଳୀ ଯାହା ଆୟ କରିବ, ତାହା ଭାରତ ନ ଆଣି ସେଠାକାର ବ୍ୟାବସାୟିକ ଉନ୍ନତି କ୍ଷେତ୍ରରେ ଉପଯୋଗ କରିବ ।