ଏବେ ମାତ୍ର ୩ ଦିନରେ ତିଆରି ହେବ ପାସପୋର୍ଟ ! ଜାଣନ୍ତୁ ଦରକାର ହେବ କେଉଁ କେଉଁ କାଗଜପତ୍ର ?

71

ଆପଣ ଏବେ ପର୍ଯ୍ୟନ୍ତ ପାସପୋର୍ଟ ତିଆରି କରି ନାହାନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ଏବେ ପାସପୋର୍ଟ ମାତ୍ର ୩ ଦିନରେ ତିଆରି ହୋଇଯିବ । ଏହାସହ ଏଥିପାଇଁ ଅଧିକ ଡକ୍ୟୁମେଂଟ ମଧ୍ୟ ଦେବାକୁ ପଡ଼ିବ ନାହିଁ । ତତ୍କାଳ ଯୋଜନା ଅନୁସାରେ ଆବେଦନ କରୁଥିବା ବ୍ୟକ୍ତିଙ୍କ ହାତରେ ମାତ୍ର ୩ ଦିନ ଭିତରେ ପାସପୋର୍ଟ ପହଞ୍ଚିଯିବ । ତତ୍କାଳ ଯୋଜନାରେ ଏହି ସୁବିଧା ପାଇଁ ସଂଶୋଧନ କରାଯାଇଛି । ଏହା ବ୍ୟତୀତ ବିଦେଶ ମନ୍ତ୍ରାଳୟ ତଥ୍ୟ ଅନୁସାରେ ପାସପୋର୍ଟ ଆବେଦକଙ୍କୁ ଏବେ ପାସପୋର୍ଟ ତିଆରି କରିବା ପାଇଁ ଆଉ ଝନଝଟ ସହିବା ପାଇଁ ପଡ଼ିବ ନାହିଁ । ପାସପୋର୍ଟ ତିଆରି ବଡ଼ ସହଜ ହେବା ସହ ତତ୍କାଳ ଆବଦେନରେ ଗେଜେଟେଡ଼୍ ଅଧିକାରୀଙ୍କ ଠାରୁ ପ୍ରମାଣ ପତ୍ର ବାଧ୍ୟତାମୂଳକକୁ ମଧ୍ୟ ଶେଷ କରିଦିଆଯାଇଛି ।

କିନ୍ତୁ ଆଧାରକାର୍ଡ଼ ଜମା କରିବା ବାଧ୍ୟତାମୂଳକ ଅଟେ । ଆଧାର କାର୍ଡ଼ ବ୍ୟତୀତ ୧୮ ବର୍ଷରୁ ଅଧିକ ବୟସର ଆବେଦକଙ୍କୁ ନିର୍ଦ୍ଧାରିତ ସମୟର ୧୦ ଦିନରେ କାଗଜପତ୍ର ଦାଖଲ କରିବା ପାଇଁ ବାଧ୍ୟ । ବୈଦେଶିକ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ପାସପୋର୍ଟ ନିୟମ ୨୦୧୮ ଅନୁସାରେ ଗାଜିଆବାଦ କ୍ଷେତ୍ରୀୟ କାର୍ଯ୍ୟାଳୟ ସହ ଜଡ଼ିତ ପାଖାପାଖି ୧୩ ଟି ଅଂଚଳର ଲୋକେ ଏହାର ସୁବିଧା ଉଠାଇ ପାରିବେ । ତେବେ ସମୟ ସମୟ ଅବଧିକୁ ୭ ଦିନକୁ କମାଇ ୩ ଦିନ କରିଦେଇଛନ୍ତି । ସାମାନ୍ୟ ସ୍ଥିତିରେ ପାସପୋର୍ଟ ତିଆରି କରିବା ପାଇଁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଫି ନିର୍ଦ୍ଧାରିତ ରହିଛିି । ଏବେ ନୂଆ ବ୍ୟବସ୍ଥା ଅନୁସାରେ ୨ ହଜାର ଟଙ୍କା ଜମା କରି ମାତ୍ର ୩ ଦିନରେ ପାସପୋର୍ଟ ତିଆରି କରିହେବ ।