ଭାରତ ବନ୍ଦ ଯୋଗୁଁ ରେଳ ଓ ସଡ଼କ ପରିବହନ ବାଧାପ୍ରାପ୍ତ : ଓଡ଼ିଶାର ବିଭିନ୍ନ ଷ୍ଟେସନ୍‌ରେ ଅଟକି ରହିଛି ପାସେଞ୍ଜର୍‌ ଟ୍ରେନ୍‌

169

କନକ ବ୍ୟୁରୋ : ଟ୍ରେଡ୍‌ ୟୁନିୟନ ଏବଂ ତାଙ୍କୁ ସମର୍ଥନ କରି କେତେକ ରାଜନୈତିକ ଦଳ ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ ପାଳନ କରୁଥିବା ଯୋଗୁଁ ରେଳ ଓ ସଡ଼କ ପରିବହନ ବାଧାପ୍ରାପ୍ତ ହୋଇଛି । ରାଜ୍ୟର ପ୍ରମୁଖ ସହରରେ ରେଳରୋକ ହେବା ଯୋଗୁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି । ବିଭିନ୍ନ ଷ୍ଟେସନରେ ଟ୍ରେନ୍ ଅଟକି ରହିଛି । ଭୁବନେଶ୍ବର,କଟକ, ଭଦ୍ରକ,ବାଲେଶ୍ବର,ଯାଜପୁର,ରାଉରକେଲା,ବ୍ରହ୍ମପୁର,ଅନୁଗୁଳରୁ ରେଳରୋକ ହୋଇଥିବା ଖବର ଆସିଛି ।  ଏହି କାରଣରୁ ତାଳଚେର, ଭୁବନେଶ୍ୱର, ବ୍ରହ୍ମପୁର, ଭଦ୍ରକ ଏବଂ କେନ୍ଦୁଝରଗଡ଼ରେ ବିଭିନ୍ନ ପାସେଞ୍ଜର୍‌ ଟ୍ରେନ୍‌ ଅଟକି ରହିଛି ବୋଲି ପୂର୍ବତଟ ରେଳ ପକ୍ଷରୁ ସୂଚନା ଦିଆଯାଇଛି ।

୬୮୪୦୭ ଭଦ୍ରକ-ବ୍ରହ୍ମପୁର ପାସେଞ୍ଜର୍‌ ଟ୍ରେନ୍‌ ଭଦ୍ରକ ଷ୍ଟେସନ୍‌ରେ ସକାଳ ୬: ୩୦ରୁ ଅଟକିଛି ।

 

୫୮୪୨୫ କେନ୍ଦୁଝରଗଡ଼-ଭୁବନେଶ୍ୱର ପାସେଞ୍ଜର୍‌ କେନ୍ଦୁଝର ଷ୍ଟେସନ୍‌ରେ ସକାଳ ୬: ୩୦ରୁ ଅଟକିଛି ।

 

୧୨୮୯୩ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟର୍‌ସିଟି ଭୁବନେଶ୍ୱର ଷ୍ଟେସନ୍‌ରେ ସକାଳ ୬: ୩୦ରୁ ଅଟକିଛି ।

 

୧୨୮୬୩ ହାଓ୍ଵଡ଼ା-ଯଶୋବନ୍ତପୁର ଏକସ୍‌ପ୍ରେସ୍‌ ବ୍ରହ୍ମପୁର ଠାରେ ସକାଳ ୬: ୦୦ଟାରୁ ଅଟକିଛି ।

 

୬୮୪୩୪ ଇଚ୍ଛାପୁର-କଟକ ମେମୁ ବ୍ରହ୍ମପୁରରେ ଅଟକିଛି ।

 

୫୮୧୩୨ ପୁରୀ-ରାଉରକେଲା ପାସେଞ୍ଜର ଭୁବନେଶ୍ୱର ଠାରେ ଅଟକି ରହିଛି ।