ଘରୋଇ ଗାଡି ଚଳାଚଳ ଉପରେ କଟକଣା : ଗାଡି ଚଳାଇବା ପାଇଁ ଥାନାରୁ ଆଣିବାକୁ ପଡିବ ପାସ, ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ବୋଲି କହିଲେ ପୋଲିସ କମିଶନର୍

6,108

କନକ ବ୍ୟୁରୋ : ଘରୋଇ ଗାଡି ଚଳାଚଳ ଉପରେ କଟକଣା । ଗାଡି ଚଳାଇବା ପାଇଁ ଥାନାରୁ ଆଣିବାକୁ ପଡିବ ପାସ । ଯେଉଁମାନଙ୍କୁ ଯିବାର ଅନୁମତି ସେମାନଙ୍କୁ ବି ପାସ ଆବଶ୍ୟକ ବୋଲି କହିଲେ ପୋଲିସ କମିଶନର୍ । ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ପାସ ଆଣିବାକୁ ନିୟମ ଜାରି । ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଲେ ପୋଲିସ କମିଶନର୍ । ନିଜର ସୁରକ୍ଷା ଓ ସମାଜର ସୁରକ୍ଷା ପାଇଁ ଦାୟିତ୍ୱବାନ ହେବାକୁ କହିଛନ୍ତି ପୋଲିସ କମିଶନର୍ ।

ଗତକାଲି ଦେଶବ୍ୟାପୀ ଜନତା କର୍ଫ୍ୟୁ ଜାରି ହୋଇଥିଲା  । ଗୋଟିଏ ଦିନ ପାଇଁ ଘରୁ ଗୋଡ଼ କାଢ଼ିନଥିଲେ ଲୋକେ । ହେଲେ ଲୋକେ ଆଜି ବାହାରକୁ ବାହରିଛନ୍ତି । ସାମାଜିତ ଦୂରତ୍ୱ ପାଇଁ ବାରମ୍ବାର ସରକାର ସଚେତନ କରାଉଥିଲେ ମଧ୍ୟ ଲୋକେ ସେତିକି ସଚେତନ ଥିବାର ଦେଖାଯାଉ ନାହାନ୍ତି । ତେଣୁ ପାସ୍ ବ୍ୟବସ୍ଥା କରାଯାଉଛି ।

ପାସ୍ ଥିଲେ ଯିବାଆସିବା କରିପାରିବେ ଲୋକେ । ଦେଖାଯାଉଛି ଲକଡାଉନ୍ ସମୟରେ ଅନେକ ଲୋକ ସହଯୋଗ କରୁନାହାନ୍ତି । ରାଜଧାନୀ ଭୁବନେଶ୍ୱର ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କର ଅନେକ ଦପ୍ତର ରହିଛି । ଏହା ବ୍ୟତୀତ ଅନେକ ସଂସ୍ଥା ଓ ୬୦୦ ବ୍ୟାଙ୍କର ବ୍ରାଞ୍ଚ ମଧ୍ୟ ରହିଛି । ତାଲାବନ୍ଦ ଘୋଷଣାର ଦ୍ୱିତୀୟ ଦିନରେ ଆଜି ସମସ୍ତ କର୍ମଚାରୀ ଯାଂଚ କରି ଛାଡ଼ିବା ରେ ବିଭିନ୍ନ ସମସ୍ୟା ଉପୁଜିଥିଲା । ବିଳମବର ହେବା ସହ ଲୋକ ଜମା ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପାସ୍ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ପୋଲିସ୍ କମିସନର୍ ।