ନିର୍ବାଚନ କମିଶନଙ୍କୁ ଲାଂଚ ଯାଚିବା ମାମଲା ! ଏଆଇଡିଏମକେ ଉପ ମହାସଚିବଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ନିର୍ବାଚନ କମିଶନଙ୍କୁ ଲାଂଚ ଯାଚିବା ମାମଲା ! ଏଆଇଡିଏମକେ ଉପ ମହାସଚିବଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

source-hindusan times

କନକ ବ୍ୟୁରୋ : ଏଆଇଏଡିଏମକେର ଉପ ମହାସଚିବ ଟିଟିଡି ଦିନାକରଣଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ୍ । ଲଗାତର ୪ ଦିନର ଜେରା ପରେ ଦିନାକରଣଙ୍କୁ ଗିରଫ କରାଯାଇଛି । ଦଳୀୟ ଚିହ୍ନ ହାତେଇବା ପାଇଁ ଦିନାକରଣ ନିର୍ବାଚନ କମିଶନ କର୍ମଚାରୀଙ୍କୁ ଲାଂଚ ଦେବା ମାମଲାରେ ତାଙ୍କୁ ଗିରଫ କରାଯାଇଛି ।

ତାଙ୍କ ସହଯୋଗୀ ମଲ୍ଲିକାର୍ଜୁନଙ୍କୁ ମଧ୍ୟ ଗିରଫ କରାଯାଇଛି । ଲାଂଚ ଦେବା ମାମଲାରେ ସେ ମିଡିଲମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଭେଟିଥିବା ସ୍ୱିକାର କରିଛନ୍ତି ଦିନାକରଣ । ଗିରଫ ନିର୍ବାଚନ କମିଶନରଙ୍କ କର୍ମଚାରୀ ଓ ଦିନାକରଣଙ୍କ ମଧ୍ୟରେ ଅର୍ଥ ନେଣଦେଣଳୁ ନେଇ ଚନ୍ଦ୍ରଶେଖର ହାତ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe